ସ୍ନେହାଙ୍ଗିନୀଙ୍କ ପାଇଁ ଆଜି ନୂଆପଡାରେ ପ୍ରଚାର କରିବେ ନବୀନ

ନୂଆପଡା : ନୂଆପଡା ନିର୍ବାଚନୀ ତାତି । ଆଜି ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରୀଆଙ୍କ ପାଇଁ ନୂଆପଡ଼ାର କୋମନାରେ କରିବେ ଗ୍ରାଣ୍ଡ ଶୋ। ସେଥିପାଇଁ ମଇଦାନ ସହିତ କର୍ମୀ ବି ଉତ୍ସାହିତ ଅଛନ୍ତି । ଦୀର୍ଘଦିନ ପରେ ନିର୍ବାଚନୀ ମଇଦାନକୁ ଓହ୍ଲାଇ ବିକାଶକୁ କରିବେ ମୁଦ୍ଦା କରିବେ ନବୀନ । ବିଜେଡି ସମୟର ବିକାଶ ଓ ଏବର ବିଜେପି ସରକାର ସମୟରେ ଲୋକେ ଭୋଗୁଥିବା ନାନାଦି ଦୁର୍ଦ୍ଦଶା […]

ସ୍ନେହାଙ୍ଗିନୀଙ୍କ ପାଇଁ ଆଜି ନୂଆପଡାରେ ପ୍ରଚାର କରିବେ ନବୀନ
Samaya Live Picture
Published On

ନୂଆପଡା : ନୂଆପଡା ନିର୍ବାଚନୀ ତାତି । ଆଜି ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରୀଆଙ୍କ ପାଇଁ ନୂଆପଡ଼ାର କୋମନାରେ କରିବେ ଗ୍ରାଣ୍ଡ ଶୋ। ସେଥିପାଇଁ ମଇଦାନ ସହିତ କର୍ମୀ ବି ଉତ୍ସାହିତ ଅଛନ୍ତି । ଦୀର୍ଘଦିନ ପରେ ନିର୍ବାଚନୀ ମଇଦାନକୁ ଓହ୍ଲାଇ ବିକାଶକୁ କରିବେ ମୁଦ୍ଦା କରିବେ ନବୀନ । ବିଜେଡି ସମୟର ବିକାଶ ଓ ଏବର ବିଜେପି ସରକାର ସମୟରେ ଲୋକେ ଭୋଗୁଥିବା ନାନାଦି ଦୁର୍ଦ୍ଦଶା ବିଷୟରେ ଅବଗତ କରାଇବେ।

ଆଜି ନବୀନ ପୂର୍ବାହ୍ନ ୧୦ ଟା ୪୦ ରେ ଗୋତମା ଏଆରଷ୍ଟ୍ରିପରେ ପହଞ୍ଚିବେ। ସେଠାରୁ କୋମନା ବ୍ଲକ ତରବୋଡ଼ ସମ୍ଭବ ଅସ୍ଥାୟୀ ହେଲିପ୍ୟାଡ଼ରେ ୧୧ ଟା ୧୫ରେ ପହଞ୍ଚିବେ। ସେଠାରେ ନିର୍ବାଚନୀ ସଭାରେ ଯୋଗ ଦେବା ସହ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ଭିକ୍ଷା କରିବେ। ପାଖାପାଖି ୪୦ ମିନିଟ ଲୋକଙ୍କ ଗହଣ ରେ ରହିବେ ନବୀନ। ୧୨ ଟା ୩୦ରେ ଫେରି ଯିବାର କାର୍ଯ୍ୟକ୍ରମ ରହିଛି। ଯାହାପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଜେଡିର ଅନେକ ତୁଙ୍ଗ ନେତା ଏହି କାର୍ଯ୍ୟକ୍ରମ ରେ ସାମିଲ ହେବେ । ଆସନ୍ତା ୭ ତାରିଖରେ ବି ନୂଆପଡାରେ ନବୀନଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି।

Tags: