ନଭେମ୍ବରରୁ ସାରା ରାଜ୍ୟ ଗସ୍ତ କରିବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନଭେମ୍ବରରୁ ସାର ରାଜ୍ୟ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର କର୍ମୀ ଓ ତୃଣମୁଳ ସ୍ତରର ନେତାମାନଙ୍କୁ ଭେଟିବା ପାଇଁ ନବୀନ ପଟ୍ଟନାୟକ ନଭେମ୍ୱର ମାସରୁ ସାରା ରାଜ୍ୟ ଗସ୍ତ କରିବେ । ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଜେଡି ରାଜ୍ୟସ୍ତରୀୟ ସମନ୍ବୟ କମିଟିର ସଦସ୍ୟମାନେ ଗୁରୁବାର ସାରେ ନବୀନଙ୍କୁ ସାକ୍ଷାତ କରି ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି, […]

Samaya Live Picture
Published On

ଭୁବନେଶ୍ୱର: ନଭେମ୍ବରରୁ ସାର ରାଜ୍ୟ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର କର୍ମୀ ଓ ତୃଣମୁଳ ସ୍ତରର ନେତାମାନଙ୍କୁ ଭେଟିବା ପାଇଁ ନବୀନ ପଟ୍ଟନାୟକ ନଭେମ୍ୱର ମାସରୁ ସାରା ରାଜ୍ୟ ଗସ୍ତ କରିବେ ।

ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଜେଡି ରାଜ୍ୟସ୍ତରୀୟ ସମନ୍ବୟ କମିଟିର ସଦସ୍ୟମାନେ ଗୁରୁବାର ସାରେ ନବୀନଙ୍କୁ ସାକ୍ଷାତ କରି ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି।

ଏହି ଅବସରରେ ନବୀନ କହିଛନ୍ତି, ଓଡ଼ିଶାବାସୀ ବିଜୁ ଜନତା ଦଳକୁ ୨୪ ବର୍ଷଧରି ନିରନ୍ତର ଭାବରେ ଆଶୀର୍ବାଦ ଦେଇଆସିଛନ୍ତି। ସେଥିପାଇଁ ଓଡ଼ିଶାବାସୀଙ୍କ ନକଟରେ ଦଳ ଋଣୀ । ଆଗକୁ କଠିନ ପରିଶ୍ରମ କରି ଲୋକଙ୍କ ସେବା ଜାରି ରଖିବା ପାଇଁ ସେ ବରିଷ୍ଠ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏଥିସହିତ ରାଜ୍ୟସ୍ତରୀୟ ସମନ୍ବୟ କମିଟି ସାଙ୍ଗଠନିକ ପୁନର୍ଗଠନ ପାଇଁ ସଭାପତିଙ୍କୁ ପ୍ରସ୍ତାବ ଦେଇଛି । ଗଞ୍ଜାମ ଜିଲାକୁ ୨ଟି ସାଙ୍ଗଠନିକ ଜିଲାରେ ପରିଣତ କରିବା ପାଇଁ ମଧ୍ୟ କମିଟି ପ୍ରସ୍ତାବ ଦେଇଛି। ଏଥିସହିତ ଦଳର ଛାତ୍ର, ଯୁବ, ମହିଳା ଆଦି ଛାମୁଆ ସଙ୍ଗଠନକୁ ଗଠନ କରିବା ସହ ଅକ୍ଟୋବର ୨ ତାରିଖରୁ ମାସେ ବ୍ୟାପୀ ପଦଯାତ୍ରା ଆରମ୍ଭ କରିବ ବୈଠକରୁ ଜଣାପଡିଛି।

Tags: