ସୁସ୍ଥ ହେଲେ ନବୀନ ପଟ୍ଟନାୟକ,ଆସନ୍ତାକାଲି ଓଡିଶା ଫେରିବେ
ଭୁବନେଶ୍ୱର : ସୁସ୍ଥ ହେଲେ ନବୀନ । ଆସନ୍ତାକାଲି ମୁମ୍ବାଇରୁ ଫେରିବେ ଓଡିଶା । ଏନେଇ ବିଜେଡି ଶିବିରରେ ବେଶ ଚଳଚଞ୍ଚଳ ହୋଇପଡିଛି। ଜୁଲାଇ ୧୨ ଦିନ ୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ନବୀନ । ଆଣ୍ଠୁ ଚିକିତ୍ସା ପାଇଁ ଜୁନ୍ ୨୦ ତାରିଖରେ ମୁମ୍ୱାଇ ଯାଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତ ୨୨ ତାରିଖରେ କୋକିଳାବେନ-ଧୀରୁ ଭାଇ ଅମ୍ଵାନୀ ହସ୍ପିଟାଲରେ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସର୍ଭାଇକାଲ ଆର୍ଥ୍ରାଇଟିସ୍ ଅପରେସନ କରାଇଥିଲେଥିଲେ ନବୀନ […]
ଭୁବନେଶ୍ୱର : ସୁସ୍ଥ ହେଲେ ନବୀନ । ଆସନ୍ତାକାଲି ମୁମ୍ବାଇରୁ ଫେରିବେ ଓଡିଶା । ଏନେଇ ବିଜେଡି ଶିବିରରେ ବେଶ ଚଳଚଞ୍ଚଳ ହୋଇପଡିଛି। ଜୁଲାଇ ୧୨ ଦିନ ୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ନବୀନ । ଆଣ୍ଠୁ ଚିକିତ୍ସା ପାଇଁ ଜୁନ୍ ୨୦ ତାରିଖରେ ମୁମ୍ୱାଇ ଯାଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଗତ ୨୨ ତାରିଖରେ କୋକିଳାବେନ-ଧୀରୁ ଭାଇ ଅମ୍ଵାନୀ ହସ୍ପିଟାଲରେ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସର୍ଭାଇକାଲ ଆର୍ଥ୍ରାଇଟିସ୍ ଅପରେସନ କରାଇଥିଲେଥିଲେ ନବୀନ ପଟ୍ଟନାୟକ । ନବୀନ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ଗତ ୭ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ତେବେ ନବୀନ ପଟ୍ଟନାୟକ ଚିକିତ୍ସିତ ହେଉଥିବା ସମୟରେ ମଧ୍ୟ ଓଡ଼ିଶାର ପ୍ରତ୍ୟକ ଗୁରୁତ୍ତ୍ୱପୂର୍ଣ୍ଣ ଘଟଣାକୁ ନେଇ ଟ୍ୱିଟ କରୁଥିଲେ । ଏପରିକି ରଥଯାତ୍ରା ସମୟରେ ସେ ନିଜ ରୁମରେ ଥିବା ଟିଭିରେ ରଥଯାତ୍ରାର ସିଧା ପ୍ରସାରଣ ଦେଖୁଥିବାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖା ଯାଇଥିଲା ।




