ବିଧାୟକ ଭାବରେ ଶପଥ ନେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ମଙ୍ଗଳବାର ବିଧାନସଭାରେ ବିଧାୟକ ଭାବରେ ଶପଥ ନେଲେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ଶପଥ ପାଠ କରାଇଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ I ଚଳିତଥର ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜି ଆସନରୁ ନିର୍ବାଚନ ଲଢିଥିଲେ ନବୀନ ପଟ୍ଟନାୟକ । କଣ୍ଟାବାଞ୍ଜିରେ ନବୀନ ପରାଜିତ ହୋଇଥିବା ବେଳେ ହିଞ୍ଜିଳି ଆସନରେ ଅଳ୍ପ ଭୋଟରେ ବିଜୟୀ ହୋଇଥିଲେ ନବୀନ ପଟ୍ଟନାୟକ । ସୂଚନାନୁସାରେ,ଓଡ଼ିଶା ବିଧାନସଭାର ୩ ଦିନିଆ […]

Samaya Live Picture
Published On

ଭୁବନେଶ୍ୱର : ମଙ୍ଗଳବାର ବିଧାନସଭାରେ ବିଧାୟକ ଭାବରେ ଶପଥ ନେଲେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ଶପଥ ପାଠ କରାଇଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ I ଚଳିତଥର ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜି ଆସନରୁ ନିର୍ବାଚନ ଲଢିଥିଲେ ନବୀନ ପଟ୍ଟନାୟକ । କଣ୍ଟାବାଞ୍ଜିରେ ନବୀନ ପରାଜିତ ହୋଇଥିବା ବେଳେ ହିଞ୍ଜିଳି ଆସନରେ ଅଳ୍ପ ଭୋଟରେ ବିଜୟୀ ହୋଇଥିଲେ ନବୀନ ପଟ୍ଟନାୟକ ।

ସୂଚନାନୁସାରେ,ଓଡ଼ିଶା ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ଆଜି ଶପଥ ଗ୍ରହଣ କରୁଛନ୍ତି। କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନେଇଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ନିର୍ବାଚିତ ସଦସ୍ୟଙ୍କ ଶପଥ ପାଠ କରାଉଛନ୍ତି। ନିୟମାନୁଯାୟୀ, ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶପଥ ଗ୍ରହଣ କରିଛନ୍ତି।

Tags: