ଆଜି ୪ ଜିଲ୍ଲା ଗସ୍ତ କରି ଚାଷ କ୍ଷୟକ୍ଷତି ଦେଖିବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଲଗାତାର ଅଦିନିଆ ବର୍ଷାରେ ଉଜୁଡି ଯାଇଛି ଅମଳ ହେବାକୁ ଥିବା ପାଚିଲା ଧାନ କ୍ଷେତ । ଫସଲ ନଷ୍ଟକୁ ଦେଖି ହତାଶ ହେଇଛନ୍ତି ଚାଷୀ ଭାଇ । ଖାଲି ଧାନ କ୍ଷେତ ନୁହେଁ ,ରବି ଫସଲ ସହ କପା ପନି ପରିବା ଚାଷ ମଧ୍ୟ ନଷ୍ଟ ହୋଇଛି । ଫସଲ କ୍ଷତି ସହି ନ ପାରି ୧୦ ଦିନରେ ଯାଇଛି ୬ ଚାଷୀଙ୍କ ଜୀବନ । କ୍ଷମତାରେ ଥିବାବେଳେ ନିଜ ସରକାରକୁ ଚାଷୀଙ୍କ ପାଇଁ […]

Samaya Live Picture
Published On

ଭୁବନେଶ୍ୱର : ଲଗାତାର ଅଦିନିଆ ବର୍ଷାରେ ଉଜୁଡି ଯାଇଛି ଅମଳ ହେବାକୁ ଥିବା ପାଚିଲା ଧାନ କ୍ଷେତ । ଫସଲ ନଷ୍ଟକୁ ଦେଖି ହତାଶ ହେଇଛନ୍ତି ଚାଷୀ ଭାଇ । ଖାଲି ଧାନ କ୍ଷେତ ନୁହେଁ ,ରବି ଫସଲ ସହ କପା ପନି ପରିବା ଚାଷ ମଧ୍ୟ ନଷ୍ଟ ହୋଇଛି । ଫସଲ କ୍ଷତି ସହି ନ ପାରି ୧୦ ଦିନରେ ଯାଇଛି ୬ ଚାଷୀଙ୍କ ଜୀବନ । କ୍ଷମତାରେ ଥିବାବେଳେ ନିଜ ସରକାରକୁ ଚାଷୀଙ୍କ ପାଇଁ ଉତ୍ସର୍ଗ କରିଥିବା ନବୀନ ଏହି ଅସମୟରେ ପହଞ୍ଚିଛନ୍ତି ଚାଷୀଙ୍କ କ୍ଷେତରେ । ଆଜି ୪ ଜିଲ୍ଲା ଗସ୍ତ କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଆଜି ପୁରୀ , କଟକ , କେନ୍ଦ୍ରାପଡା ଓ ଜଗସିଂହପୁର ଜିଲ୍ଲା ଗସ୍ତ କରି କ୍ଷତିଗ୍ରସ୍ତ ଚାଷ ଅଞ୍ଚଳ ବୁଲି ଦେଖିବେ। ଏହାସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ ଏବଂ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହ ଫସଲ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ। ସୋମବାର ଶ୍ରୀ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଯାଇ ବିଭିନ୍ନ ବ୍ଲକର ଫସଲ କ୍ଷୟକ୍ଷତି ଅନୁଧ୍ୟାନ ଅବସରରେ ଚାଷୀଙ୍କ ସହିତ ଆଲୋଚନା କରିଥିଲେ । ନିର୍ବାଚନ ଶେଷ ହେବାର ପ୍ରାୟ ୭ ମାସ ପରେ ନିଜ ନିର୍ବାଚନମଣ୍ଡଳୀ ସମେତ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳକୁ ନବୀନଙ୍କର ଏହା ପ୍ରଥମ ଗସ୍ତ ଥିଲା। ନବୀନ ପ୍ରଥମେ ନିଜ ନିର୍ବାଚମଣ୍ଡଳୀ ଶେରଗଡ଼ର ତାକରଡ଼ା ଯାଇ ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ପରେ ସେ ହିଞ୍ଜିଳିର ପୋଡିଙ୍ଗି ଛକଠାରେ ଚାଷୀଙ୍କ ଦୁଃଖ ଶୁଣିଥିଲେ। ପରେ ନବୀନ ଆସିକାର କଇଁଫୁଲିଆ ଛକ, କବିସୂର୍ଯ୍ୟନଗରର ଆମ୍ବିଶିଖରପୁର ଓ ଖଲ୍ଲିକୋଟର ଭରସାଗାଁରେ ପହଞ୍ଚି କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ।

Tags: