ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଓଡ଼ିଶାରେ ଶେଷ ହୋଇଛି ନବୀନ ଯୁଗ I ୨୪ ବର୍ଷର ଜୟଯାତ୍ରା ପରେ ବିଜେଡିର ପରାଜୟ ଘଟିଛି I ୧୪୭ ରୁ ୭୮ ଟି ବିଧାନ ସଭା ଆସନରେ ଜିତି ବିଜୟର ବାନା ଉଡାଇଛି ବିଜେପି I ଦୀର୍ଘ ୨୭ ବର୍ଷ ଧରି ନିର୍ବାଚନୀ ରାଜନୀତିରେ ଅପରାଜେୟ ଥିବା ନଵୀନ ନିଜେ ପ୍ରଥମ ଥର ପାଇଁ କଣ୍ଟାବାଞ୍ଜି ଆସନରୁ ପରାଜୟର ସ୍ୱାଦ ଚାଖିଛନ୍ତି I କଣ୍ଟାବାଞ୍ଜି ଆସନରୁ ନବୀନ ୧୬ହଜାରରୁ ଅଧିକ ଭୋଟରେ ପରାସ୍ତ […]

Samaya Live Picture
Published On

ଭୁବନେଶ୍ୱର : ଓଡ଼ିଶାରେ ଶେଷ ହୋଇଛି ନବୀନ ଯୁଗ I ୨୪ ବର୍ଷର ଜୟଯାତ୍ରା ପରେ ବିଜେଡିର ପରାଜୟ ଘଟିଛି I ୧୪୭ ରୁ ୭୮ ଟି ବିଧାନ ସଭା ଆସନରେ ଜିତି ବିଜୟର ବାନା ଉଡାଇଛି ବିଜେପି I ଦୀର୍ଘ ୨୭ ବର୍ଷ ଧରି ନିର୍ବାଚନୀ ରାଜନୀତିରେ ଅପରାଜେୟ ଥିବା ନଵୀନ ନିଜେ ପ୍ରଥମ ଥର ପାଇଁ କଣ୍ଟାବାଞ୍ଜି ଆସନରୁ ପରାଜୟର ସ୍ୱାଦ ଚାଖିଛନ୍ତି I କଣ୍ଟାବାଞ୍ଜି ଆସନରୁ ନବୀନ ୧୬ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିବା ବେଳେ ହିଞ୍ଜିଳି ଆସନରୁ ମାତ୍ର ୪ହଜାରରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି। ମାତ୍ର ୫୧ ଟି ବିଧାନ ସଭା ଆସନରୁ ଜିତିଛି ଦଳ I ତେବେ ଏହି ପର୍ଯାୟକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପରାଜୟର ଦୁଃଖ ଓ ସମବେଦନା ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପରାଜିତ ପ୍ରାର୍ଥୀମାନଙ୍କୁ ସାନ୍ତ୍ୱନା ଦେଇଛନ୍ତି ନବୀନ । ଏହାପରେ ବିଜେଡିର କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କୁ ମଧ୍ୟ ଧନ୍ୟବାଦ୍ ଜଣାଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ସେ ନିଜ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ‘ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା । ବିଜୁ ଜନତା ଦଳର ସମସ୍ତ କର୍ମୀ ଏବଂ ନେତାଙ୍କ ନିଷ୍ଠାପର ଉଦ୍ୟମ ଏବଂ ତ୍ୟାଗ ପ୍ରତି ମୋର ସମ୍ମାନ ଓ ଧନ୍ୟବାଦ ଜଣାଉଛି । ଏଥିସହ ବିଜେଡିର ପରାଜୟ ପରେ ଦଳର ମୁଖପାତ୍ର ସସ୍ମିତ୍ ପାତ୍ର ମଧ୍ୟ ପ୍ରେସ ମିଟ ଜରିଆରେ କହିଛନ୍ତି।

“ସାଢ଼େ ଚାରିକୋଟି ଓଡିଶା ବାସୀଙ୍କୁ ଧନ୍ୟବାଦ । ବିଜୁ ଜନତା ଦଳକୁ ଗତ ୨୪ ବର୍ଷ ହେଲା ନିରନ୍ତର ଆଶୀର୍ବାଦ କରିଛନ୍ତି । ସେହି ସୁଯୋଗ ଦେଇଥିବାରୁ ଓଡ଼ିଶାର ସେବା କରି ଆସିଛୁ ଏଥିପାଇଁ ଆମେ ଚିର କୃତଜ୍ଞ । ଏହି ନିର୍ବାଚନରେ ମଧ୍ୟ ଗତ ନିର୍ବାଚନ ଅପେକ୍ଷା ଆପଣମାନେ ବିଜୁ ଜନତା ଦଳକୁ ଆଶୀର୍ବାଦ କରି ପାଖାପାଖି ୪୦ ପ୍ରତିଶତ ଭୋଟ୍ ହାର ବିଜୁ ଜନତା ଦଳକୁ ଦେଇଛନ୍ତି । ଆପଣ ୫୦ ରୁ ୫୧ ସିଟରେ ଜୟଯୁକ୍ତ କରାଇଛନ୍ତି । ଏଥିପାଇଁ କୃତଜ୍ଞତା ଜ୍ଞାପନ କରୁଛୁ । ଏ ସମୟରେ ଆମେ ଭାରତୀୟ ଜନତା ପାର୍ଟିର ସଫଳତା ପାଇଁ ଅଭିନନ୍ଦନ ଜଣାଉଛୁ । ଓଡିଶାବାସୀ ଯେଉଁ ଭୂମିକାରେ ଆମକୁ ଆଗାମୀ ଦିନରେ ଆଗେଇ ନେବେ ସେହି ଭାବରେ ଆମେ ସେବା କରିବୁ ।

ବିଜେଡି ସାଂସଦ ମାନସ ମଙ୍ଗରାଜ କହିଛନ୍ତି ଗତ ୨୪ ବର୍ଷ ଧରି ବିଜୁ ଜନତା ଦଳର ସଭାପତିଙ୍କୁ ଓ ଦଳକୁ ଲୋକମାନେ ଆକୁଣ୍ଠ ଭଲପାଇବା ଦେଇଛନ୍ତି । ଏଥିପାଇଁ ଆମେ କୃତଜ୍ଞ । ପୂର୍ବରୁ ବିଜୁ ଜନତା ଦଳ ଓଡିଶାବାସୀଙ୍କ ଯେମିତି ସେବା କରିଛି ସେହିଭଳି ଆଗାମୀ ଦିନରେ ମଧ୍ୟ ଆମେ ଠିକ ଏଭଳି ସେବା ଯୋଗାଇବୁ ।

ବିଜେଡି ସାଂସଦ ପ୍ରାର୍ଥୀ ସୁଲତା ଦେଓ ମଧ୍ଯ କହିଛନ୍ତି ଯେ ସାଢ଼େ ଚାରିକୋଟି ଓଡିଶା ବାସୀଙ୍କ ପାଖରେ ଆମେ ଚିରଋଣୀ । ଆଜି ବିଜେପିକୁ ମଧ୍ୟ ତାଙ୍କର ସଫଳତା ପାଇଁ ଶୁଭେଚ୍ଛା । ଓଡ଼ିଶାବାସୀ ଆଜି ଯେଉଁ ଦାୟିତ୍ୱ ଦେଇଛନ୍ତି ତାହା ଠିକ ଭାବେ ନେବୁ ଓ ଓଡ଼ିଶାର ଉନ୍ନତି ପାଇଁ ଯେମିତି କାମ କରୁଥିଲୁ ତାହା ଜାରି ରହିବ ।

Tags: