ନୂଆ ପ୍ରଧାନମନ୍ତ୍ରୀଙ୍କ ସହିତ ୩ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ନବୀନ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ଆପଣଙ୍କର ଏକ ସଫଳ କାର୍ଯ୍ୟକାଳ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ଆପଣଙ୍କ ଦଳକୁ ଶୁଭେଚ୍ଛା। ଆମର ପ୍ରିୟ ଦେଶ ଶୀର୍ଷରେ ପହଞ୍ଚୁ I ଏହା ସହିତ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇଥିବା ୩ […]

Samaya Live Picture
Published On

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ନବୀନ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ଆପଣଙ୍କର ଏକ ସଫଳ କାର୍ଯ୍ୟକାଳ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ଆପଣଙ୍କ ଦଳକୁ ଶୁଭେଚ୍ଛା। ଆମର ପ୍ରିୟ ଦେଶ ଶୀର୍ଷରେ ପହଞ୍ଚୁ I ଏହା ସହିତ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇଥିବା ୩ ଓଡ଼ିଆ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ ଏବଂ ଅଶ୍ବିନୀ ବୈଷ୍ଣବ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ତାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ଦେଶ ପାଇଁ ଏବଂ ବିଶେଷ ଭାବରେ ଓଡ଼ିଶାର ଲୋକଙ୍କ ପାଇଁ ଆପଣ କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ପାଇଥିବାରୁ ସଫଳତା କାମନା କରୁଛି । ନବୀନଙ୍କ ଶୁଭେଚ୍ଛା ବାର୍ତ୍ତା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Tags: