ଜୁନ ୦୯ ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନବୀନ – ପାଣ୍ଡିଆନ

ଭୁବନେଶ୍ୱର : ଆସନ୍ତା ଜୁନ ୯ ତାରିଖରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ। ଜୁନ ୯ ତାରିଖ ଦିନ ୧୧ଟାରୁ ସାଢେ ଗୋଟାଏ ମଧ୍ୟରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ନିର୍ବାଚନ ପୂର୍ବରୁ ଆଜି ଭବାନୀପାଟଣା ସଭାରୁ ବଡ ଘୋଷଣା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଆଜି ଗୋପାଳପୁର ତଥା କଳାହାଣ୍ଡି ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହିତ ଭି.କେ ପାଣ୍ଡିଆନ I ଭବାନୀପାଟଣା ଜନ ସଭା […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତା ଜୁନ ୯ ତାରିଖରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ। ଜୁନ ୯ ତାରିଖ ଦିନ ୧୧ଟାରୁ ସାଢେ ଗୋଟାଏ ମଧ୍ୟରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ନିର୍ବାଚନ ପୂର୍ବରୁ ଆଜି ଭବାନୀପାଟଣା ସଭାରୁ ବଡ ଘୋଷଣା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ଆଜି ଗୋପାଳପୁର ତଥା କଳାହାଣ୍ଡି ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହିତ ଭି.କେ ପାଣ୍ଡିଆନ I ଭବାନୀପାଟଣା ଜନ ସଭା ମଞ୍ଚରୁ ଆହ୍ୱାନ ଦେଇ ପାଣ୍ଡିଆନ କହିଛନ୍ତି କଳାହାଣ୍ଡିବାସୀ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ସହଯୋଗରେ ମୁଖ୍ୟମନ୍ତ୍ରୀ ଇତିହାସ ରଚିବେ ଓ ଓଡ଼ିଶା ମଧ୍ୟ ଇତିହାସ ରଚିବ । ଆସନ୍ତା ଜୁନ୍ ୯ ତାରିଖରେ ଓଡ଼ିଶାବାସୀଙ୍କ ପ୍ରିୟ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ । ସକାଳ ସାଢେ ୧୧ଟାରୁ ଅପରାହ୍ନ ସାଢେ ୧ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥଗ୍ରହଣ କରିବେ ।

ସେ ଆହୁରି କହିଛନ୍ତି ବିଜେପି ୧୧୦ ଦିନ ଭିତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ କରି ଆୟୁଷ୍ମାନ ଭାରତ ଲାଗୁ କରିବାକୁ କହିଛନ୍ତି I ବିଜେପି ସରକାରୀ ଯୋଜନା ଠୁ ଅଧିକ ଦେଉଛନ୍ତି ନବୀନ ସରକାର I ଆୟୁଷ୍ମାନ ଭାରତେ ଓଡ଼ିଶାର ଭାଗ ମାତ୍ର ୩ଶହ କୋଟି ପଡ଼ିବ। ଆୟୁଷ୍ମାନ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କା କେବଳ ବିପିଏଲ କାର୍ଡ୍ ଧାରୀଙ୍କୁ ମିଳିବ କିନ୍ତୁ ବିଏକେୱାଇ ଯୋଜନାରେ ସବୁ ପରିବାରକୁ ଏହି ସୁବିଧା ମିଳିଥାଏ I ଆୟୁଷ୍ମାନ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କା କେବଳ ବିପିଏଲ କାର୍ଡ୍ ଧାରୀଙ୍କୁ ମିଳିବ କିନ୍ତୁ ବିଏକେୱାଇ ଯୋଜନାରେ ସବୁ ପରିବାରକୁ ଏହି ସୁବିଧା ମିଳିଥାଏ । ଆୟୁଷ୍ମାନ ଭାରତରେ ବୀମା କମ୍ପାନୀଙ୍କ ଦୟା ଉପରେ ସବୁକିଛି ନିର୍ଭର କରେ । ଆମ ମୁଖ୍ୟମନ୍ତ୍ରୀ ବିଏସକେୱାଇରେ କାର୍ଡ୍ ଦେଇଛନ୍ତି ଯାହା କ୍ରେଡିଟ୍ କାର୍ଡ୍ ଭଳି । ଏହାସହ ପାଣ୍ଡିଆନ କହିଛନ୍ତି, ଯିଏ କହିଲେ ବି ଓଡ଼ିଶାରେ କୌଣସି ଯୋଜନା ବନ୍ଦ ହେବନି । ଗରିବ ଲୋକଙ୍କୁ ସଶକ୍ତ କରୁଥିବା ଯୋଜନାକୁ ଓଡ଼ିଶାରେ କେହି ବନ୍ଦ କରିପାରିବେନି ବୋଲି କହିଛନ୍ତି ପାଣ୍ଡିଆନ । ନବୀନ ପଟ୍ଟନାୟକ ଓଡ଼ିଶାର ନ -୧ ମୁଖ୍ୟମନ୍ତ୍ରୀ I ଯିଏ କି ଓଡିଶାକୁ ନମ୍ବର -୧ କରି ପାରିବ I ଆପଣ ମାନଙ୍କ ସହଯୋଗରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ I

Tags: