ଆଜି ଅପରାହ୍ନ ସାଢ଼େ ୪ଟାରେ ନବୀନ-ମୋଦି ଭେଟଘାଟ
ନୂଆଦିଲ୍ଲୀ : ଗତକାଲି ଠାରୁ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଆଜି ଅପରାହ୍ନ ସାଢ଼େ ୪ଟାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ଏହି ସମୟରେ ବିଭିନ୍ନ ସରକାରୀ କାର୍ଯ୍ୟ ନେଇ ହୋଇପାରେ ଆଲୋଚନା। ଆସନ୍ତାକାଲି ମଧ୍ୟ କେତେକ ସରକାରୀ କାର୍ଯ୍ୟ ରହିଛି। କେନ୍ଦ୍ର ସରକାରଙ୍କ ପାଖରେ ବକେୟା କାର୍ଯ୍ୟ ନେଇ ହୋଇପାରେ ଆଲୋଚନା । ସେହିପରି ରାଜ୍ୟର ବିକାଶ ନେଇ ଆଲୋଚନା କରିବା ସହ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ […]
ନୂଆଦିଲ୍ଲୀ : ଗତକାଲି ଠାରୁ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଆଜି ଅପରାହ୍ନ ସାଢ଼େ ୪ଟାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ଏହି ସମୟରେ ବିଭିନ୍ନ ସରକାରୀ କାର୍ଯ୍ୟ ନେଇ ହୋଇପାରେ ଆଲୋଚନା।
ଆସନ୍ତାକାଲି ମଧ୍ୟ କେତେକ ସରକାରୀ କାର୍ଯ୍ୟ ରହିଛି। କେନ୍ଦ୍ର ସରକାରଙ୍କ ପାଖରେ ବକେୟା କାର୍ଯ୍ୟ ନେଇ ହୋଇପାରେ ଆଲୋଚନା । ସେହିପରି ରାଜ୍ୟର ବିକାଶ ନେଇ ଆଲୋଚନା କରିବା ସହ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ରଖି ପାରନ୍ତି ମୁଖ୍ୟମନ୍ତ୍ରୀ । ତେବେ ଗତ ୯ ତାରିଖରେ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ପୂର୍ବରୁ ମମତା ବାନାର୍ଜୀ ବି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ନୀତିଶଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ବେଶ୍ ଜୋର ଧରିଛି । ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ରହିଛି।




