ଭେଟେରାନ ଓଲିଉଡ଼ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନବୀନ

ଭୁବନେଶ୍ୱର : ଗୁରୁତର ଅସୁସ୍ଥ ହୋଇ ଗୁରୁଗାଓଁ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଅଛନ୍ତି ବର୍ଷିଆନ୍ ଓଲିଉଡ ଅଭିନେତା ଉତ୍ତମ ମହାନ୍ତି । ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଲ୍ କରି ଉତ୍ତମ ମହାନ୍ତିଙ୍କ ସ୍ଵାସ୍ଥ୍ୟାବସ୍ଥାବୁଝିଛନ୍ତି । ଏହା ସହିତ ଉତ୍ତମ ମହାନ୍ତିଙ୍କ ପୁଅ ତଥା ଅଭିନେତା ବାବୁଶାନଙ୍କ ସହ କଥା ହୋଇ ଆଶ୍ୱାସନା ଦେବା ସହ ଉତ୍ତମଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନବୀନ । ସୂଚନାନୁସାରେ,ଗତ ୭ ତାରିଖରୁ ଅଭିନେତା ଉତ୍ତମ […]

ଭେଟେରାନ ଓଲିଉଡ଼ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନବୀନ
Samaya Live Picture
Published On

ଭୁବନେଶ୍ୱର : ଗୁରୁତର ଅସୁସ୍ଥ ହୋଇ ଗୁରୁଗାଓଁ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଅଛନ୍ତି ବର୍ଷିଆନ୍ ଓଲିଉଡ ଅଭିନେତା ଉତ୍ତମ ମହାନ୍ତି । ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଲ୍ କରି ଉତ୍ତମ ମହାନ୍ତିଙ୍କ ସ୍ଵାସ୍ଥ୍ୟାବସ୍ଥାବୁଝିଛନ୍ତି । ଏହା ସହିତ ଉତ୍ତମ ମହାନ୍ତିଙ୍କ ପୁଅ ତଥା ଅଭିନେତା ବାବୁଶାନଙ୍କ ସହ କଥା ହୋଇ ଆଶ୍ୱାସନା ଦେବା ସହ ଉତ୍ତମଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନବୀନ ।

ସୂଚନାନୁସାରେ,ଗତ ୭ ତାରିଖରୁ ଅଭିନେତା ଉତ୍ତମ ମହାନ୍ତି ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇ ଗୁରୁଗାଓଁର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସେ ଏକ ଫିଲ୍ମର ସୁଟିଂ ପାଇଁ ବାହାରକୁ ଯାଇଥିବା ବେଳେ ସେଠାରେ ତାଙ୍କର ସ୍ବାସ୍ଥ୍ୟ ହଠାତ୍ ଖରାପ ହୋଇଥିଲା । ତାପରେ ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ସେ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ପୁଣି ୭ ତାରିଖ ଦିନ ପୁଣି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ‘କିମ୍ସ’ରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ଗତ ୮ ତାରିଖରେ ଗୁରୁଗାଓଁକୁ ଏୟାରଲିଫ୍ଟ କରାଯାଇଛି ।

Tags: