ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ

ଭୁବନେଶ୍ୱର : ପୁଣି ବିଜେଡିର ମଙ୍ଗ ଧରିଲେ ନବୀନ ପଟ୍ଟନାୟକ। ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ। ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ ଦେବ ବିଧିବଦ୍ଧ ଭାବେ ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ଆଜି ଶଙ୍ଖ ଭବନରେ ସଭାପତିଙ୍କ ନାଁ ଘୋଷଣା କରାଯାଇଥିଲା। ଖଣ୍ଡୁଆପାଟ ଦେଇ ନବୀନ ପଟ୍ଟନାୟକଙ୍କ ସ୍ୱାଗତ କଲେ ଦଳୀୟ କର୍ମୀ। ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି । ୧୭ […]

ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ
Samaya Live Picture
Published On

ଭୁବନେଶ୍ୱର : ପୁଣି ବିଜେଡିର ମଙ୍ଗ ଧରିଲେ ନବୀନ ପଟ୍ଟନାୟକ। ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ। ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ ଦେବ ବିଧିବଦ୍ଧ ଭାବେ ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ଆଜି ଶଙ୍ଖ ଭବନରେ ସଭାପତିଙ୍କ ନାଁ ଘୋଷଣା କରାଯାଇଥିଲା। ଖଣ୍ଡୁଆପାଟ ଦେଇ ନବୀନ ପଟ୍ଟନାୟକଙ୍କ ସ୍ୱାଗତ କଲେ ଦଳୀୟ କର୍ମୀ।

ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି । ୧୭ ତାରିଖରେ ଶଙ୍ଖ ଭବନରେ ବିଜେଡି ରାଜ୍ୟ ସଭାପତି ପଦବି ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଧାର୍ଯ୍ୟ ହୋଇଥିଲା। ପୂର୍ବାହ୍ଣ ୧୧ଟା ବେଳେ ନବୀନ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ପୂରଣ କରିବା ପରେ ଦଳର ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କୁ ପ୍ରଦାନ କରିଥିଲେ। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ନବୀନ ପଟ୍ଟନାୟକ। ଶଙ୍ଖ ଭବନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ଅନେକ ବିଜେଡି ନେତା ଓ କର୍ମୀ ଏଥିରେ ଯୋଗ ଦେଇଥିଲେ।

Tags: