ପୂଜା ମଣ୍ଡପ ବୁଲି ରାଜ୍ୟବାସୀଙ୍କ ଶୁଭ କାମନା କରିବେ ନବୀନ ଓ ମୋହନ
ଭୁବନେଶ୍ୱର : ମହାମାୟାଙ୍କ ପୂଜା ପାଇଁ ସମଗ୍ର ରାଜଧାନୀ ଭୁବନେଶ୍ୱର ହୋଇଛି ଚଳଚଞ୍ଚଳ। ଆଜି ଶକ୍ତିପୀଠରେ ମହାନବମୀ, ହେଲେ ପୂଜାମଣ୍ଡପରେ ମହାଅଷ୍ଟମୀ । ଏଥିଲାଗି ଆଜି ସକାଳୁ ପୂଜାମଣ୍ଡପରେ ବ୍ରତଧାରୀଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଏହି ଅବସରରେ ୩ଦିନ ଧରି ବିଭିନ୍ନ ପୂଜା ମଣ୍ଡପ ବୁଲିବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ । ପୂଜା ମଣ୍ଡପ ବୁଲି ରାଜ୍ୟବାସୀଙ୍କ ଶୁଭମନାସିବେ । ଭୁବନେଶ୍ୱର, କଟକ ସହ ନିଜ ଜିଲ୍ଲା କେନ୍ଦୁଝରରେ ବିଭିନ୍ନ ମଣ୍ଡପ ବୁଲି ମା […]
ଭୁବନେଶ୍ୱର : ମହାମାୟାଙ୍କ ପୂଜା ପାଇଁ ସମଗ୍ର ରାଜଧାନୀ ଭୁବନେଶ୍ୱର ହୋଇଛି ଚଳଚଞ୍ଚଳ। ଆଜି ଶକ୍ତିପୀଠରେ ମହାନବମୀ, ହେଲେ ପୂଜାମଣ୍ଡପରେ ମହାଅଷ୍ଟମୀ । ଏଥିଲାଗି ଆଜି ସକାଳୁ ପୂଜାମଣ୍ଡପରେ ବ୍ରତଧାରୀଙ୍କ ଭିଡ଼ ପରିଲକ୍ଷିତ ହେଉଛି।
ଏହି ଅବସରରେ ୩ଦିନ ଧରି ବିଭିନ୍ନ ପୂଜା ମଣ୍ଡପ ବୁଲିବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ । ପୂଜା ମଣ୍ଡପ ବୁଲି ରାଜ୍ୟବାସୀଙ୍କ ଶୁଭମନାସିବେ । ଭୁବନେଶ୍ୱର, କଟକ ସହ ନିଜ ଜିଲ୍ଲା କେନ୍ଦୁଝରରେ ବିଭିନ୍ନ ମଣ୍ଡପ ବୁଲି ମା ଦୁର୍ଗାଙ୍କୁ ଦର୍ଶନ ସହ ଆର୍ଶୀବାଦ ନେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଦୁର୍ଗାପୂଜା ପୂଜା ମଣ୍ଡପ ବୁଲି ରାଜ୍ୟବାସୀଙ୍କ କଲ୍ୟାଣ କାମନା କରିବେ । ଏହାକୁ ନେଇ ବିଜେପି ଓ ବିଜେପି ଶିବିରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ଆଜି ଦିନ ୧୧ ଟାରୁ ୨ଟା ୩୦ ଯାଏଁ ଭୁବନେଶ୍ୱରର ବିଭିନ୍ନ ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ । ବରମୁଣ୍ଡା, ନୟାପଲ୍ଲୀ, ଶହୀଦନଗର ଓ ଲକ୍ଷ୍ମୀସାଗରର ବିଭିନ୍ନ ପୂଜାମଣ୍ଡପ ବୁଲି ମାଆଙ୍କ ଆଶିଷ ଗ୍ରହଣ କରିବେ। ୧୨ ତାରିଖରେ ମୁଖ୍ୟମନ୍ତ୍ରୀ କଟକର ବିଭିନ୍ନ ପୂଜାମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି ବୋଲି ଏକାମ୍ର ବିଧାୟକ ବାବୁ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଭୁବନେଶ୍ୱରର ରସୁଲଗଡ଼, ବରମୁଣ୍ଡା, ନୟାପଲ୍ଲୀ, ପୁରୁଣା ଷ୍ଟେସନ ବଜାର, ଲକ୍ଷ୍ମୀସାଗର, ସୁନ୍ଦରପଦା ଓ ଅନ୍ୟ କେତେକ ପୂଜାମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି । ଶନିବାର ମଧ୍ୟ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ମିଳିତ ଭାବେ କଟକର ବିଭିନ୍ନ ପୂଜାମଣ୍ଡପ ବୁଲି ମା’ଙ୍କ ପୂଜାର୍ଚ୍ଚନା କରିବେ ବୋଲି ସେ କହିଛନ୍ତି ।
ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୧୧ ତାରିଖ ମହାଷ୍ଟମୀରେ ସକାଳ ସାଢ଼େ ୧୦ଟାରୁ ନବୀନ ନିବାସରୁ ବାହାରିବେ । ପ୍ରଥମେ ରସୁଲଗଡ଼ ପୂଜା ମଣ୍ଡପ ତା’ପରେ ସହିଦନଗର, ବଡ଼ଗଡ଼ ପୂଜା ମଣ୍ଡପ ଯାଇ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିବେ । ପରବର୍ତ୍ତୀ ଦିନମାନଙ୍କରେ ସେ ଉତ୍ତର ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । ବିଭିନ୍ନ ମନ୍ତ୍ରୀମାନେ ମଧ୍ୟ ଏଥର ପୂଜା ମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦଶହରା ପୂଜା ମଣ୍ଡପ ବୁଲିବାକୁ ନେଇ ରାଜନୀତି ବଢ଼ିଛି । ସୂଚନାଯୋଗ୍ୟ ଯେ ନବୀନ ପ୍ରତିବର୍ଷ ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲି ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା କରିଥାନ୍ତି ।




