ବିଧାୟକଙ୍କୁ ବିଭାଗ ବଣ୍ଟନ କଲେ ନବୀନ

ଭୁବନେଶ୍ୱର : ନିର୍ବାଚିତ ବିଧାୟକଙ୍କୁ ବିଭାଗ ବଣ୍ଟନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ I ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକମାନଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଦଳର ସମସ୍ତ ବିଜୟୀ ବିଧାୟକଙ୍କୁ ବିଭିନ୍ନ ବିଭାଗ ଉପରେ ନଜର ରଖି ବିଧାନସଭାରେ ସରକାରଙ୍କୁ ପ୍ରଶ୍ନ କରିବାକୁ ଦାୟିତ୍ୱ ଦେଇଛନ୍ତି। ୫୦ ଜଣ ବିଜୟୀ ବିଧାୟକଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜସ୍ୱ, ପ୍ରମିଳାଙ୍କୁ ପଞ୍ଚାୟତିରାଜ, ବଦ୍ରି ନାରାୟଣଙ୍କୁ ମହିଳା ଓ ଶିଶୁ ବିକାଶ, […]

Samaya Live Picture
Published On

ଭୁବନେଶ୍ୱର : ନିର୍ବାଚିତ ବିଧାୟକଙ୍କୁ ବିଭାଗ ବଣ୍ଟନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ I ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକମାନଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଦଳର ସମସ୍ତ ବିଜୟୀ ବିଧାୟକଙ୍କୁ ବିଭିନ୍ନ ବିଭାଗ ଉପରେ ନଜର ରଖି ବିଧାନସଭାରେ ସରକାରଙ୍କୁ ପ୍ରଶ୍ନ କରିବାକୁ ଦାୟିତ୍ୱ ଦେଇଛନ୍ତି।

୫୦ ଜଣ ବିଜୟୀ ବିଧାୟକଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜସ୍ୱ, ପ୍ରମିଳାଙ୍କୁ ପଞ୍ଚାୟତିରାଜ, ବଦ୍ରି ନାରାୟଣଙ୍କୁ ମହିଳା ଓ ଶିଶୁ ବିକାଶ, ନିରଞ୍ଜନ ପୂଜାରୀଙ୍କୁ ଗୃହ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ପ୍ରତାପ ଦେବଙ୍କୁ ଜିଏ, ଅରୁଣଙ୍କୁ ଜଳ ସଂପଦ, ବ୍ରଜ ପ୍ରଧାନଙ୍କୁ ସ୍ୱାସ୍ଥ୍ୟ, ରାଜେନ୍ଦ୍ର ଢୋଲକିଆଙ୍କୁ ଗଣଶିକ୍ଷା,ଅରୁଣ ସାହୁ ଜଳ ସମ୍ପଦ, ସାରଦା ନାୟକଙ୍କୁ ଶିଳ୍ପ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ବ୍ରଜ ପ୍ରଧାନଙ୍କୁ ସ୍ୱାସ୍ଥ୍ୟ, ଦିବ୍ୟଶଙ୍କର ମିଶ୍ରଙ୍କୁ ଶକ୍ତି, ଗଣେଶ୍ବର ବେହେରାଙ୍କୁ ଇସ୍ପାତ, ବର୍ଷା ବରିହା ମିଶନ ଶକ୍ତି, ସନାତନ ମହାକୁଡ କୃଷି ଓ କୃଷକ ସଶକ୍ତିକରଣ ଭଳି ବିଭାଗର କାର୍ଯ୍ୟ ଉପରେ ନଜର ରଖିବାକୁ ଦାୟତ୍ବ ଦିଆଯାଇଛି।

Tags: