ଯୁବ ସମାଜ ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ଦର୍ଶନ ତତ୍ତ୍ୱକୁ ଜାଣିବା ଓ ଏହାର ପ୍ରଚାର ପ୍ରସାର କରିବା ଆବଶ୍ୟକ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ସ୍ୱାମୀ ବିବେକାନନ୍ଦ ଏକ ବ୍ୟକ୍ତିସତ୍ତା ନୁହେଁ ବଂର ଏକ ଚିରଞ୍ଜିବୀ ଚେତନା। ଏହି ନାମ ଏକ ଅତୁଳନୀୟ ଆଦର୍ଶ ଓ ଆଧ୍ୟତ୍ମିକତା ମାଧ୍ୟମରେ ଜୀବନବୋଧକୁ ଉପଲବ୍ଧି କରିବାର ପବିତ୍ର ଓଁକାର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତୀୟ ଯୁବ ଦିବସ ପାଳନ ଅବସରରେ କହିଛନ୍ତି । ଭୁବନେଶ୍ୱର ରାମକୃଷ୍ଣ ମିଶନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ବିବେକାନନ୍ଦଙ୍କ ଛବି ଆଜି ପର୍ଯ୍ୟନ୍ତ ଜଣେ ତେଜସ୍ୱୀ, […]
ଭୁବନେଶ୍ୱର:ସ୍ୱାମୀ ବିବେକାନନ୍ଦ ଏକ ବ୍ୟକ୍ତିସତ୍ତା ନୁହେଁ ବଂର ଏକ ଚିରଞ୍ଜିବୀ ଚେତନା। ଏହି ନାମ ଏକ ଅତୁଳନୀୟ ଆଦର୍ଶ ଓ ଆଧ୍ୟତ୍ମିକତା ମାଧ୍ୟମରେ ଜୀବନବୋଧକୁ ଉପଲବ୍ଧି କରିବାର ପବିତ୍ର ଓଁକାର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତୀୟ ଯୁବ ଦିବସ ପାଳନ ଅବସରରେ କହିଛନ୍ତି । ଭୁବନେଶ୍ୱର ରାମକୃଷ୍ଣ ମିଶନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ବିବେକାନନ୍ଦଙ୍କ ଛବି ଆଜି ପର୍ଯ୍ୟନ୍ତ ଜଣେ ତେଜସ୍ୱୀ, ବାଗ୍ମୀ ଓ ମହାନ୍ ସଂଗ୍ରାମୀ ସନ୍ୟାସୀ ଭାବେ ଅମଳିନ ରହିଛି । ବିବେକାନନ୍ଦ ଥିଲେ ଜଣେ ଯୁବ ସନ୍ୟାସୀ ଯିଏ କି ଭାରତର ଯୁବ ସମାଜକୁ ନିଜର ଅସ୍ମିତା ଉପରେ ଗର୍ବ କରିବାକୁ ଶିଖାଇଥିଲେ
ସେ ପୁଣି କହିଥିଲେ ଆଜି ଆମେ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଯୁବ ଦିବସ ଭାବେ ପାଳନ କରୁଛୁ । ଆମର ଯୁବ ସମାଜ ଯେତେ ଉନ୍ନତି କରୁ, ଯେତେ ସଫଳ ହେଉ ଜଣେ ଭାରତୀୟ ଭାବରେ ପ୍ରଥମେ ଗର୍ବ ଅନୁଭବ କରିବା ଏବଂ ଭାରତୀୟ ଭାଷା, ସାହିତ୍ୟ, ସଂସ୍କୃତି ଓ ଦର୍ଶନ ତତ୍ତ୍ୱକୁ ଜାଣିବା ଓ ଏହାର ପ୍ରଚାର ପ୍ରସାର କରିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ କହିଥିଲେ ସ୍ୱାମୀ ବିବେକାନନ୍ଦଙ୍କର ଚିକାଗୋ ଧାର୍ମିକ ସଭାରେ ଅଭିଭାଷଣ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା । ଏହା ମାଧ୍ୟମରେ ଭାରତର ଧାର୍ମିକ ଓ ଦର୍ଶନ ତତ୍ତ୍ୱ ସମ୍ପର୍କରେ ବିଶ୍ୱ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିଥିଲା ଏବଂ ଆମେ ଆମ ଧାର୍ମିକ ଓ ଦର୍ଶନ ତତ୍ତ୍ୱର ମହତ୍ତ୍ୱକୁ ବୁଝିଥିଲୁ ।




