ପାର୍ଟି ଅଫିସରେ ଡିନର କରିବେ ପ୍ରଧାନମନ୍ତ୍ରୀ: ବିଜେପି ସାଂସଦ ଓ ବିଧାୟକଙ୍କ ଠାରୁ ନେବେ ରିପୋର୍ଟ

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯାଳୟରେ ରାତ୍ରି ଭୋଜନ କରିବେ ପ୍ରଧାନମନ୍ତ୍ରୀ। ମୋଦିଙ୍କ ପସନ୍ଦ ଅନୁଯାୟୀ ଖାଦ୍ୟ ପରସା ଯିବ।ଦୁଇ ଘଣ୍ଟାରୁ ଅଧିକ ସମୟ ରାଜ୍ୟ କାର୍ଯ୍ୟାଳୟରେ ରହିବେ ମୋଦି।ସାଂସଦ ଓ ବିଧାୟକ ମାନେ ଦେବେ ରିପୋର୍ଟ। ସଂଗଠନ ଓ ସରକାର ଉଭୟ ବିଷୟରେ ମୋଦି କରିବେ ଆଲୋଚନା। ଏୟାରପୋର୍ଟ ନିକଟରେ ମୋଦିଙ୍କୁ ଦିଆଯିବ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା। ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ସମେତ ଆଇନମନ୍ତ୍ରୀ,ପଞ୍ଚାୟତିରାଜ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ସିପି, ଡିସିପି, ରାଜ୍ୟ […]

Samaya Live Picture
Published On

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯାଳୟରେ ରାତ୍ରି ଭୋଜନ କରିବେ ପ୍ରଧାନମନ୍ତ୍ରୀ। ମୋଦିଙ୍କ ପସନ୍ଦ ଅନୁଯାୟୀ ଖାଦ୍ୟ ପରସା ଯିବ।ଦୁଇ ଘଣ୍ଟାରୁ ଅଧିକ ସମୟ ରାଜ୍ୟ କାର୍ଯ୍ୟାଳୟରେ ରହିବେ ମୋଦି।ସାଂସଦ ଓ ବିଧାୟକ ମାନେ ଦେବେ ରିପୋର୍ଟ। ସଂଗଠନ ଓ ସରକାର ଉଭୟ ବିଷୟରେ ମୋଦି କରିବେ ଆଲୋଚନା।

ଏୟାରପୋର୍ଟ ନିକଟରେ ମୋଦିଙ୍କୁ ଦିଆଯିବ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା। ରାଜ୍ୟ କାର୍ଯ୍ୟାଳୟରେ
ମୁଖ୍ୟମନ୍ତ୍ରୀ ସମେତ ଆଇନମନ୍ତ୍ରୀ,ପଞ୍ଚାୟତିରାଜ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ସିପି, ଡିସିପି, ରାଜ୍ୟ ସଭାପତି,ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତିଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମୋଦୀ ଗସ୍ତ ସମ୍ପର୍କରେ ସମୀକ୍ଷା କରିଛନ୍ତି।

୨୯ ତାରିଖ ମଧ୍ୟାହ୍ନରେ ପହଞ୍ଚିବେ ଗୃହମନ୍ତ୍ରୀ। ଅପରାହ୍ନ ୪.୧୫ ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବେ । ଏୟାରପୋର୍ଟରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବ।ଏୟାରପୋର୍ଟ ନିକଟରେ ଏକ ସାଧାରଣ ସଭା ମଧ୍ୟ ହେବ । ଏୟାରପୋର୍ଟରୁ ରାଜଭବନ ଯିବା ପରେ ରାଜ୍ୟ ବିଜେପି କାର୍ଯ୍ୟଳୟକୁ ଆସିବେ ମୋଦି ।

ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଦଳୀୟ ପଦାଧିକାରୀଙ୍କ ସହ ବୈଠକ ରହିଛି । ୨ ଘଣ୍ଟା ଦଳୀୟ କାର୍ଯ୍ୟାଳୟରେ ରହିବା ସହିତ ସମସ୍ତଙ୍କ ସହ ଆଲୋଚନା କରିବେ। ଏହି ସମୟରେ ମୋଦି ନେତା ମନ୍ତ୍ରୀ ମାନଙ୍କ ନିକଟରୁ ରିପୋର୍ଟ ନେବେ ବୋଲି କୁହାଯାଉଛି। ତା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।

Tags: