ନନ୍ଦନକାନନ : ଧୂସର ଗଧିଆ ଓ କୁଜିହରିଣ ମୃତ

ବାରଙ୍ଗ : ପ୍ରାଣୀଉଦ୍ୟାନ ନନ୍ଦନକାନନ ରେ ଗୋଟିଏ ଦିନରେ ଦୁଇଟି ଜନ୍ତୁ ଆଖିବୁଜିଛନ୍ତି। ଗୋଟିଏ ଧୂସର ଗଧିଆ ଗୋଟିଏ କୁଜି ହରିଣ ର ମୃତ୍ୟୁ ହୋଇଛି । ନନ୍ଦନକାନନ ପ୍ରାଣୀଉଦ୍ୟାନର ଜନ୍ତୁ ଲାଳନପାଳନ କେନ୍ଦ୍ରରେ ରହୁଥିବା ୧୫ଦିନର ଅଣ୍ଡିରା ଧୂସରଗଧିଆ ଶାବକ ଗୁରୁବାରଦିନ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ପ୍ରାଣୀଉଦ୍ୟାନର ଜନ୍ତୁ ବନାଞ୍ଚଳ(ରେଞର)ଙ୍କ ପରିଚାଳନା ଗତତ୍ରୃଟି ଓ ରକ୍ଷଣାବେକ୍ଷଣ ଅଭାବରୁ ମୃତ୍ୟୁ ଘଟିଛିବୋଲି ଆଲୋଚନା ହେଉଛି।ଏହାର ମୃତ୍ୟୁପରେ ସେମାନଙ୍କ ସଂଖ୍ୟା୮କୁ ହ୍ରାସପାଇଛି। ସୂଚନାଯୋଗ୍ୟଯେ, […]

Samaya Live Picture
Published On

ବାରଙ୍ଗ : ପ୍ରାଣୀଉଦ୍ୟାନ ନନ୍ଦନକାନନ ରେ ଗୋଟିଏ ଦିନରେ ଦୁଇଟି ଜନ୍ତୁ ଆଖିବୁଜିଛନ୍ତି। ଗୋଟିଏ ଧୂସର ଗଧିଆ ଗୋଟିଏ କୁଜି ହରିଣ ର ମୃତ୍ୟୁ ହୋଇଛି । ନନ୍ଦନକାନନ ପ୍ରାଣୀଉଦ୍ୟାନର ଜନ୍ତୁ ଲାଳନପାଳନ କେନ୍ଦ୍ରରେ ରହୁଥିବା ୧୫ଦିନର ଅଣ୍ଡିରା ଧୂସରଗଧିଆ ଶାବକ ଗୁରୁବାରଦିନ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ପ୍ରାଣୀଉଦ୍ୟାନର ଜନ୍ତୁ ବନାଞ୍ଚଳ(ରେଞର)ଙ୍କ ପରିଚାଳନା ଗତତ୍ରୃଟି ଓ ରକ୍ଷଣାବେକ୍ଷଣ ଅଭାବରୁ ମୃତ୍ୟୁ ଘଟିଛିବୋଲି ଆଲୋଚନା ହେଉଛି।ଏହାର ମୃତ୍ୟୁପରେ ସେମାନଙ୍କ ସଂଖ୍ୟା୮କୁ ହ୍ରାସପାଇଛି। ସୂଚନାଯୋଗ୍ୟଯେ, ଗତମାସ ୧୮ତାରିଖରେ ୨୭ନମ୍ବର(ଖ) ଏନକ୍ଲୋଜରରେ ରହୁଥିବା ଏକ ମାଈ ଧୂସର ଗଧିଆ ଥରକେ ୬ଟି ଶାବକ ଜନ୍ମ ଦେଇଥିଲା।୧୯ତାରିଖରେ ସେମାନଙ୍କ ମଧ୍ୟରୁ ୩ଶାବକଙ୍କର ମୃତ୍ୟୁ ଘଟିଥିଲା। କର୍ତ୍ତୁପକ୍ଷ ଏହାପରେ ମାଠାରୁ ଛୁଆଙ୍କୁ ଅଲଗାକରି ତିନିଶାବକଙ୍କୁ ଜନ୍ତୁ ଲାଳନପାଳନ କେନ୍ଦ୍ରରେ ଆଣିରଖିଥିଲେ ।ଆଜି ସେମାନଙ୍କ ମଧ୍ୟରୁ ଗୋଟିକର ମୃତ୍ୟୁ ଘଟିଛି।ସେହିପରି ବର୍ଷକର ଏକ ମାଈ କୁଜିହରିଣର ଆଜି ମୃତ୍ୟୁ ଘଟିଛି।

Tags: