ନନ୍ଦନକାନନ’ରୋପ ୱେ’ର ଉଦଘାଟନ ଆଜି
ଭୁବନେଶ୍ୱର : ଆସନ୍ତା କାଲି ଠାରୁ ନନ୍ଦନକାନନ ‘ରୋପ ୱେ’ର ମଜା ନେବେ ପର୍ଯ୍ୟଟକ I ଦୀର୍ଘ ୧୨ ପରେ ବହୁ ପ୍ରତିକ୍ଷିତ ‘ରୋପ ୱେ’ର ଆଜି ହେବ ଉଦଘାଟନ I ଆଜି ଅପରାହ୍ନରେ ନୂତନ ‘ରୋପ୍ ୱେ’ର ଉଦଘାଟନ କରିବେ ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ । ଆଜି ଉଦଘାଟନ ପରେ ଏହା ଆସନ୍ତା କାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ। କାଲିଠାରୁ’ରୋପ ୱେ’ରେ ବସି […]
ଭୁବନେଶ୍ୱର : ଆସନ୍ତା କାଲି ଠାରୁ ନନ୍ଦନକାନନ ‘ରୋପ ୱେ’ର ମଜା ନେବେ ପର୍ଯ୍ୟଟକ I ଦୀର୍ଘ ୧୨ ପରେ ବହୁ ପ୍ରତିକ୍ଷିତ ‘ରୋପ ୱେ’ର ଆଜି ହେବ ଉଦଘାଟନ I ଆଜି ଅପରାହ୍ନରେ ନୂତନ ‘ରୋପ୍ ୱେ’ର ଉଦଘାଟନ କରିବେ ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ । ଆଜି ଉଦଘାଟନ ପରେ ଏହା ଆସନ୍ତା କାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ। କାଲିଠାରୁ’ରୋପ ୱେ’ରେ ବସି ପର୍ଯ୍ୟଟକ ମଜା ନେଇପାରିବେ।
‘ରୋପ୍ ୱେ’ରେ ବୁଲିବା ପାଇଁ ପ୍ରବେଶ ଶୁଳ୍କ ଛଡା ୧୨୦ଟଙ୍କା ନିର୍ଦ୍ଧାରଣ କରାଯାଇଛି I ତେବେ ପ୍ରାଣୀ ଉଦ୍ୟାନରୁ ଉଦ୍ଭିଦ ଉଦ୍ୟାନ ବୁଲିବାକୁ ଚାହୁଁଥିଲେ ଅଧିକ ୨୦ ଟଙ୍କା ଅର୍ଥାତ ୧୪୦ ଟଙ୍କା ଟିକଟ ମୂଲ୍ୟ ଦେବାକୁ ପଡିବ I କିନ୍ତୁ ୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହି ମୂଲ୍ୟ ଦେବାକୁ ପଡିବ ନାହିଁ I ସେହିପରି ଉଦ୍ଭିଦ ଉଦ୍ୟାନରୁ ପ୍ରାଣୀ ଉଦ୍ୟାନକୁ’ରୋପ ୱେ’ରେ ଯାଇ ବୁଲିବାକୁ ଚାହୁଁଥିଲେ ପର୍ଯ୍ୟଟକ ମାନଙ୍କୁ ଅଧିକ ୫୦ଟଙ୍କା ଅର୍ଥାତ ଟିକଟ ମୂଲ୍ୟ ୧୭୦ ଟଙ୍କା ଦେବାକୁ ପଡିବ I
ପୂର୍ବରୁ ନନ୍ଦନ କାନନରେ ରୋପ୍ ୱେ ବ୍ୟବସ୍ଥା ଥିଲା। ଦୀର୍ଘ ବର୍ଷ ହେବ ଏହା ଅଚଳ ପଡ଼ିଥିଲା। ପରେ ପୁଣି ଥରେ ଏହାର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ରୋପ ୱେ ଦ୍ୱାରା ପର୍ଯ୍ୟଟକମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଉଦ୍ଭିଦ ଉଦ୍ୟାନକୁ ଯାତ୍ରା କରିପାରିବେ। ଏଥିସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇପାରିବେ।




