ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ମ୍ୟାନେଜରଙ୍କୁ ଗୁଳିମାଡ଼ ଉଦ୍ୟମ
ଭୁବନେଶ୍ୱର : ଟ୍ରେନ ମ୍ୟାନେଜରଙ୍କୁ ଗୁଳିମାଡ଼ । ନନ୍ଦନକାନ ଏକ୍ସପ୍ରେସ ଟ୍ରେନ ମ୍ୟାନେଜରଙ୍କୁ ଗୁଳିମାଡ଼ ଉଦ୍ୟମ । ୨ ରାଉଣ୍ଡ ଗୁଳିମାଡ଼ ହୋଇଛି । ଗୁଳିଟି ଟ୍ରେନ ଝରକା କାଚରେ ବାଜି କାଚ ଭାଙ୍ଗିଯାଇଛି । ଭଦ୍ରକ ଚରମ୍ପା ଷ୍ଟେସନ ୧୧୯ ନମ୍ବର ଗେଟ ନିକଟରେ କରାଯାଇଥିଲା ଗୁଳିମାଡ଼ । ତେବେ ଗୁଳିମାଡ଼ ନେଇ କାରଣ ଅସ୍ପଷ୍ଟ ରହିଛି ଘଟଣାସ୍ଥଳରେ ଭଦ୍ରକ ଜିଆରପି ତଦନ୍ତ ଚଳାଇଛି । ସୂଚନାନୁସାରେ,ନୂଆଦିଲ୍ଲୀରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ […]
ଭୁବନେଶ୍ୱର : ଟ୍ରେନ ମ୍ୟାନେଜରଙ୍କୁ ଗୁଳିମାଡ଼ । ନନ୍ଦନକାନ ଏକ୍ସପ୍ରେସ ଟ୍ରେନ ମ୍ୟାନେଜରଙ୍କୁ ଗୁଳିମାଡ଼ ଉଦ୍ୟମ । ୨ ରାଉଣ୍ଡ ଗୁଳିମାଡ଼ ହୋଇଛି । ଗୁଳିଟି ଟ୍ରେନ ଝରକା କାଚରେ ବାଜି କାଚ ଭାଙ୍ଗିଯାଇଛି । ଭଦ୍ରକ ଚରମ୍ପା ଷ୍ଟେସନ ୧୧୯ ନମ୍ବର ଗେଟ ନିକଟରେ କରାଯାଇଥିଲା ଗୁଳିମାଡ଼ । ତେବେ ଗୁଳିମାଡ଼ ନେଇ କାରଣ ଅସ୍ପଷ୍ଟ ରହିଛି ଘଟଣାସ୍ଥଳରେ ଭଦ୍ରକ ଜିଆରପି ତଦନ୍ତ ଚଳାଇଛି ।
ସୂଚନାନୁସାରେ,ନୂଆଦିଲ୍ଲୀରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଭଦ୍ରକ ଷ୍ଟେସନରେ ୯ :୧୭ ମିନିଟରେ ପହଞ୍ଚି ୯ :୨୫ ମିନିଟ ସମୟରେ ଛାଡିଥିଲା । ଟ୍ରେନ ଭଦ୍ରକ ଚରମ୍ପା ଷ୍ଟେସନ ମଧ୍ୟରେ ଥିବାବେଳେ ଚଳନ୍ତା ଟ୍ରେନ ମ୍ୟାନେଜର ଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ତେବେ ଗୁଳିମାଡ଼ର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ଭଦ୍ରକ GRP ପୋଲିସ ଓ ସ୍ଥାନୀୟ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୧୧୯ ନମ୍ବର ଗେଟ ପାଖରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି ।




