ନନ୍ଦନକାନନରେ ଆଖି ବୁଜିଲା ଧଳା ଶାବକ

ଭୁବନେଶ୍ୱର: ନନ୍ଦନକାନନରେ ବାଘ ଶାବକ ମୃତ । ବାଘୁଣୀ ରୂପାର ଅଢେ଼ଇ ମାସର ଧଳା ଶାବକ ମୃତ। ମା’ ବାଘୁଣୀ ଠାରୁ ଅଲଗା କରି ଧଳା ଶାବକର ଚିକିତ୍ସା କରାଯାଉଥିଲା। ଶାବକର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟ ୨୭ କୁ ଖସିଲା। ନନ୍ଦନକାନନ ଉପନିର୍ଦ୍ଦେଶକ ସାନଥ କୁମାର୍ ନାରାୟଣ ଶାବକ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି । ୨୦୨୪ ନଭେମ୍ବର ୨ ତାରିଖରେ ବାଘୁଣୀ ରୂପା ୪ ଟି ଶାବକ ଜନ୍ମ ଦେଇଥିଲା। ସେମାନଙ୍କ […]

Samaya Live Picture
Published On

ଭୁବନେଶ୍ୱର: ନନ୍ଦନକାନନରେ ବାଘ ଶାବକ ମୃତ । ବାଘୁଣୀ ରୂପାର ଅଢେ଼ଇ ମାସର ଧଳା ଶାବକ ମୃତ। ମା’ ବାଘୁଣୀ ଠାରୁ ଅଲଗା କରି ଧଳା ଶାବକର ଚିକିତ୍ସା କରାଯାଉଥିଲା। ଶାବକର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟ ୨୭ କୁ ଖସିଲା। ନନ୍ଦନକାନନ ଉପନିର୍ଦ୍ଦେଶକ ସାନଥ କୁମାର୍ ନାରାୟଣ ଶାବକ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ।

୨୦୨୪ ନଭେମ୍ବର ୨ ତାରିଖରେ ବାଘୁଣୀ ରୂପା ୪ ଟି ଶାବକ ଜନ୍ମ ଦେଇଥିଲା। ସେମାନଙ୍କ ମଧ୍ୟରୁ କିଛି ଦିନ ତଳେ ଏକ ଧଳା ମାଈ ଶାବକ ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ମା’ ବାଘୁଣୀ ରୂପା ଠାରୁ ଶାବକକୁ ଅଲଗା କରି ଚିକିତ୍ସା କରାଯାଉଥିଲା। ଚିକିତ୍ସିତ ଅବସ୍ଥାରେ ବୁଧବାର ସକାଳୁ ଶାବକଟିର ମୃତ୍ୟ ହୋଇଛି।

Tags: