ଆଖି ବୁଜିଲା ‘ନନ୍ଦନ’
ଭୁବନେଶ୍ୱର : ୧୭ ବର୍ଷ ବୟସରେ ଆଖି ବୁଜିଲା ‘ନନ୍ଦନ’ I ଅଣ୍ଟାରେ ଆଘାତ ଯୋଗୁଁ ପ୍ରାୟ ୩ ମାସ ଧରି ନନ୍ଦନର ଚିକିତ୍ସା ଚାଲୁଥିଲା I ତେବେ ଚିକିତ୍ସାଧୀନ ଅବସ୍ଥାରେ ନନ୍ଦନ ଆଖି ବୁଝିଛି I ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆସିଛି ଏଭଳି ଏକ ଦୁଖଦଃ ଖବର I ୩୧ ନମ୍ବର ଖୁଆଡ଼ରେ ରହୁଥିବା ନନ୍ଦନ ଗୋଟିଏ ଜାଗାରେ ପଡି ରହିବା ଯୋଗୁଁ କିଛି ଦିନ ଧରି ଖିଆପିଆ ଛାଡି ଦେଇଥିଲା I ୨୦୧୩ ମାର୍ଚ୍ଚ […]
ଭୁବନେଶ୍ୱର : ୧୭ ବର୍ଷ ବୟସରେ ଆଖି ବୁଜିଲା ‘ନନ୍ଦନ’ I ଅଣ୍ଟାରେ ଆଘାତ ଯୋଗୁଁ ପ୍ରାୟ ୩ ମାସ ଧରି ନନ୍ଦନର ଚିକିତ୍ସା ଚାଲୁଥିଲା I ତେବେ ଚିକିତ୍ସାଧୀନ ଅବସ୍ଥାରେ ନନ୍ଦନ ଆଖି ବୁଝିଛି I ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆସିଛି ଏଭଳି ଏକ ଦୁଖଦଃ ଖବର I ୩୧ ନମ୍ବର ଖୁଆଡ଼ରେ ରହୁଥିବା ନନ୍ଦନ ଗୋଟିଏ ଜାଗାରେ ପଡି ରହିବା ଯୋଗୁଁ କିଛି ଦିନ ଧରି ଖିଆପିଆ ଛାଡି ଦେଇଥିଲା I ୨୦୧୩ ମାର୍ଚ୍ଚ ୨୪ ତାରିଖରେ ଚନ୍ଦକା ଅଭୟାରଣ୍ୟରୁ ନନ୍ଦନକାନନ ଆସିଥିଲା ନନ୍ଦନ I ୨୦୧୬ ରେ ନନ୍ଦନ ଏବଂ ବାଘୁଣୀ ମେଘା ଔରସରୁ ୨ଟି ଅଣ୍ଡିରା ବାଘ ଛୁଆ ଜନ୍ମ ହୋଇଥିଲେ I




