ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ,ନହେଲେ ୨୫ ହଜାର ଗଣିବେ ତଣ୍ଡ
ଭୁବନେଶ୍ୱର : ରାଜ୍ୟରେ ଏଣିକି ଓଡ଼ିଆରେ ନାମଫଳକ ଲେଖିବା ହେବ ବାଧ୍ୟତାମୂଳକ। ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ଲେଖିବେ ନାମଫଳକ । ଏହି ନିୟମ ଅନୁପାଳନ ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ବ୍ୟବସାୟୀକ ପ୍ରତିଷ୍ଠାନର ଲାଇସେନ୍ସ ରଦ୍ଦ କରାଯିବ। ଏନେଇ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ ଏହାର କଡ଼ାକଡ଼ି ନିରୀକ୍ଷଣ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ […]
ଭୁବନେଶ୍ୱର : ରାଜ୍ୟରେ ଏଣିକି ଓଡ଼ିଆରେ ନାମଫଳକ ଲେଖିବା ହେବ ବାଧ୍ୟତାମୂଳକ। ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ଲେଖିବେ ନାମଫଳକ । ଏହି ନିୟମ ଅନୁପାଳନ ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ବ୍ୟବସାୟୀକ ପ୍ରତିଷ୍ଠାନର ଲାଇସେନ୍ସ ରଦ୍ଦ କରାଯିବ। ଏନେଇ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ ଏହାର କଡ଼ାକଡ଼ି ନିରୀକ୍ଷଣ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।
ନିର୍ଦ୍ଦେଶନାମା ଅନୁସାରେ, ଖିଲାପକାରୀଙ୍କୁ ୭ ଦିନିଆ ନୋଟିସ୍ ଦିଆଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଥମ ଥର ଖିଲାପକାରୀଙ୍କୁ ୫ ହଜାର ଟଙ୍କା ଜରିମାନା ଏବଂ ଦ୍ୱିତୀୟ ଥର ଖିଲାପକାରୀଙ୍କୁ ୨୫ ହଜାର ଟଙ୍କା ତଣ୍ଡ ଜାଣିବାକୁ ପଡିବ । ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମାବିଭାଗ ପକ୍ଷରୁ ଏହି ନିୟମର କଡ଼ାକଡ଼ି ନିରୀକ୍ଷଣ କରାଯିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରିଛି। ଚଳିତ ମାସରୁ ନିୟମ ଅନୁପାଳନ ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯିବ। ଆବଶ୍ୟକ ସ୍ଥଳେ ବ୍ୟବସାୟିକ ପ୍ରତିଷ୍ଠାନର ଲାଇସେନ୍ସ ରଦ୍ଦ କରାଯିବ।
ଗତକାଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଅଧ୍ୟକ୍ଷତାରେ ଆୟୁକ୍ତ ତଥା ସଚିବ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଶ୍ରମ ଆୟୁକ୍ତ ଏବଂ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ପରିବର୍ତ୍ତିତ ଅଧିନିୟମର କଡ଼ାକଡ଼ି ଅନୁପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି I




