ଆଜି ନଡ୍ଡାଙ୍କ ରୋଡ଼ ସୋ’
ଭୁବନେଶ୍ୱର : ରାଜଧାନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରୋଡ୍ ସୋ କରିଛନ୍ତି। ମାଉସୀ ମା ମନ୍ଦିର ଛକରୁ ରୋଡ ସୋ ଆରମ୍ଭ ହୋଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ହୋଇଛି। ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ନଡ୍ଡାଙ୍କ ସହ ରୋଡ ସୋରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ପରେ ଜେପି ନଡ୍ଡା ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ଏହାପରେ ଅପରାହ୍ନରେ ପଦ୍ମପୁରରେ ବିଜୟ ସଂକଳ୍ପ ସମାବେଶରେ […]
ଭୁବନେଶ୍ୱର : ରାଜଧାନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରୋଡ୍ ସୋ କରିଛନ୍ତି। ମାଉସୀ ମା ମନ୍ଦିର ଛକରୁ ରୋଡ ସୋ ଆରମ୍ଭ ହୋଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ହୋଇଛି। ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ନଡ୍ଡାଙ୍କ ସହ ରୋଡ ସୋରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ପରେ ଜେପି ନଡ୍ଡା ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ଏହାପରେ ଅପରାହ୍ନରେ ପଦ୍ମପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଉଦବୋଧନ ଦେବେ ନଡ୍ଡା। ସାଢେ ୩ଟାରେ ସୁନ୍ଦରଗଡରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।
ସୂଚନାନୁସାରେ,ବୁଧୁବାର ସନ୍ଧ୍ୟାରେ ଜେ.ପି. ନଡ୍ଡା ଭୁବନେଶ୍ୱର ପହଞ୍ଚିଥିଲେ I ଏକ ହୋଟେଲରେ ସୁଭଦ୍ରା ଯୋଜନା ସମ୍ପର୍କରେ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିଥିଲେ। ମୋଦି ସରକାରରେ ମହିଳାଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଥିବା କହିଥିଲେ I ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମୋଦି ସରକାର ୫୦ ହଜାର ଟଙ୍କାର ଭାଉଚର ଦେବେ । ଓଡ଼ିଶାରେ ଜନତାଙ୍କ ସରକାର ଦରକାର I ବିଜେପି ଜନତାଙ୍କ ସରକାର, ମହିଳା ସଶକ୍ତୀକରଣର ସରକାର I ବୋଲି ନଡ୍ଡା କହିଥିଲେ I




