ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହନ୍ତି – ନବୀନ ପଟ୍ଟନାୟକ

ଭୁବନେଶ୍ୱର : ୧୦ ବର୍ଷ ହେଲା ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର ହେଉଛି I ମୋର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ I ଓଡ଼ିଶାବାସୀ ଜାଣିଛନ୍ତି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି I ବିରୋଧୀମାନେ କେବଳ ଅପପ୍ରଚାର କରୁଛନ୍ତି। ମୁଁ ୨୭ ବର୍ଷ ହେବ ଦଳର ସଭାପତି, ସୁସ୍ଥ ରହିଲେ ଆଗକୁ ମଧ୍ୟ ଏହି ଦାୟିତ୍ୱ ତୁଲାଇବି ଏବଂ ମୋ ପରେ ବି ଲୋକଙ୍କ ପାଇଁ କାମ କରିବ ବିଜେଡି । ସମ୍ବାଦ ସରବରାହ ସଂସ୍ଥା […]

Samaya Live Picture
Published On

ଭୁବନେଶ୍ୱର : ୧୦ ବର୍ଷ ହେଲା ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର ହେଉଛି I ମୋର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ I ଓଡ଼ିଶାବାସୀ ଜାଣିଛନ୍ତି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି I ବିରୋଧୀମାନେ କେବଳ ଅପପ୍ରଚାର କରୁଛନ୍ତି। ମୁଁ ୨୭ ବର୍ଷ ହେବ ଦଳର ସଭାପତି, ସୁସ୍ଥ ରହିଲେ ଆଗକୁ ମଧ୍ୟ ଏହି ଦାୟିତ୍ୱ ତୁଲାଇବି ଏବଂ ମୋ ପରେ ବି ଲୋକଙ୍କ ପାଇଁ କାମ କରିବ ବିଜେଡି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତ୍କାର ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ନବୀନ ଆହୁରି କହିଛନ୍ତି ମୁଁ ମାସେ ହେଲା ନିର୍ବାଚନ ପ୍ରଚାର କରୁଛି I ମୋ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଯଦି ପ୍ରଧାନମନ୍ତ୍ରୀ ଏତେ ଚିନ୍ତିତ,ତେବେ ମୋତେ ଫୋନ କରି ପଚାରି ପାରିଥାନ୍ତେ I ମୁଁ ଲୋକଙ୍କ ସେବା କରୁଛି ଏବଂ ଆଗକୁ ମଧ୍ୟ କରିବି I

ରାଜ୍ୟରେ ଆଗାମୀ ସରକାର ଗଢିବା ନେଇ ନବୀନ କହିଛନ୍ତି ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିବ I ଓଡ଼ିଶାରେ ଆମେ ଏକ ମଜଭୁତ ସରକାର ଗଠନ କରିବୁ I ତେବେ ଆଗକୁ ବିଜେଡିରେ କିଏ ତାଙ୍କ ଉତ୍ତରାଧିକାରୀ ହେବ, ଏନେଇ ଆଲୋଚନା ଚାଲିଥିବା ବେଳେ ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ I ସାକ୍ଷାତକାର ଦେଇ ନବୀନ କହିଛନ୍ତି ”ମୋ ଉତ୍ତରାଧିକାରୀ ଭିକେ ପାଣ୍ଡିଆନ ନୁହନ୍ତି, ପାଣ୍ଡିଆନ ନିର୍ବାଚନରେ ମଧ୍ୟ ଛିଡ଼ା ହୋଇ ନାହାନ୍ତି। ତେଣୁକରି ଏ କଥାକୁ କାହିଁକି ବଢ଼ାଇଚଢ଼ାଇ କୁହାହେଉଛି ବୁଝା ପଡୁନାହିଁ। ଭବିଷ୍ୟତରେ ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ସ୍ଥିର କରିବେ।

ସୂଚନାନୁସାରେ, ବୁଧବାର ଉତ୍ତର ଓଡ଼ିଶାର ଏକ ନିର୍ବାଚନୀ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ଉଠାଇଥିବା ପ୍ରଶ୍ନର ପ୍ରତିକ୍ରିୟା ରଖିଥିଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ”କିଛି ଦିନ ତଳେ ପ୍ରଧାନମନ୍ତ୍ରୀ କହିଥିଲେ ସେ ମୋର ଭଲ ବନ୍ଧୁ, ତେଣୁକରି ମୋର ସ୍ୱାସ୍ଥ୍ୟ ନେଇ ଚିନ୍ତା ଥିଲେ ସେ ମୋତେ କଲ କରି କଥା ହୋଇ ଥାନ୍ତେ, କିନ୍ତୁ ସେ ଏହା ନ କରି ନିର୍ବାଚନୀ ସଭାରେ ନିଜର ଭୋଟ ବ୍ୟାଙ୍କ ପାଇଁ ଏପରି କହୁଛନ୍ତି।”

Tags: