ମୋ ଭୂମିକା ଦଳ ନିଷ୍ପତି ନେବ,ଯାହା ଦାୟିତ୍ୱ ଦେବେ ତୁଲାଇବି – ପୂର୍ବତନ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ୱର : ବୁଧବାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଓଡ଼ିଶାରେ ତାଙ୍କ କାର୍ଯ୍ୟକାଳ ସମ୍ପର୍କରେ ଅନୁଭୂତି ବାଣ୍ଟିଛନ୍ତି । ଶ୍ରୀମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା। ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ପୂର୍ବତନ ରାଜ୍ୟପାଳ। ପରେ ମା ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିଥିଲେ। ଦୀର୍ଘ ୧୪ ମାସ ଓଡିଶାବାସୀଙ୍କ […]

Samaya Live Picture
Published On

ଭୁବନେଶ୍ୱର : ବୁଧବାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଓଡ଼ିଶାରେ ତାଙ୍କ କାର୍ଯ୍ୟକାଳ ସମ୍ପର୍କରେ ଅନୁଭୂତି ବାଣ୍ଟିଛନ୍ତି । ଶ୍ରୀମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା। ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ପୂର୍ବତନ ରାଜ୍ୟପାଳ। ପରେ ମା ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିଥିଲେ। ଦୀର୍ଘ ୧୪ ମାସ ଓଡିଶାବାସୀଙ୍କ ସେବା କରିବାର ସୁଯୋଗ ମିଳିଥିବା ଯୋଗୁଁ ସେ ଖୁସି ପ୍ରକଟ କରିଛନ୍ତି।

ସେ ନିଜର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୁଁ ଗୋଟେ ଚାଷୀ ପରିବାରରୁ ଆସିଛି । ମୋ ଭୂମିକା ଦଳ ନିଷ୍ପତି ନେବ,ଦଳ ଯାହା ଦାୟିତ୍ୱ ଦେବେ ତାହା ସଚୋଟତାର ସହ ତୁଲାଇବି ଇ ଏହାସହ ୨୦୩୬ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିକଶିତ ଓଡିଶା ଗଠନ ହେବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ପୂର୍ବତନ ରାଜ୍ୟପାଳ।

ସୂଚନାନୁସାରେ, ଅକ୍ଟୋବର ୧୮, ୨୦୨୩ରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓଡ଼ିଶାର ୨୬ତମ ରାଜ୍ୟପାଳ ଦାୟିତ୍ଵ ଗ୍ରହଣ କରିଥିଲେ । ପୁଅଙ୍କ ବିବାଦୀୟ କାର୍ଯ୍ୟ ପାଇଁ ରଘୁବର ବିବାଦଘେରକୁ ଆସିଥିଲେ । ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ଗ୍ରହଣ କରି କମ୍ଭମପତି ହରି ବାବୁଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ଦେଇଛନ୍ତି ।

Tags: