ଦୁର୍ଦ୍ଦାନ୍ତ ଅପରାଧୀକୁ ବିଭତ୍ସ ହତ୍ୟା
ଆସିକା: ବିଚ ରାସ୍ତାରେ ଦୁର୍ଦ୍ଦାନ୍ତ ଅପରାଧୀକୁ ବିଭତ୍ସ ହତ୍ୟା । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ବନ୍ଧାଗୁଡ଼ା ଶ୍ରୀ ଜଗନ୍ନାଥ ବିଦ୍ୟାପୀଠ କାନ୍ସା ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଛି । ଅନନ୍ତଙ୍କ ଘର ଆସିକା କୋଟି କୋଟିନଡା ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ। ଅନନ୍ତଙ୍କ ଵିରୋଧରେ ଜାତୀୟ ନିରାପତ୍ତା ଆଇନି ଲାଗୁ ହୋଇଥିଲା। ଏପରିକି ଗଂଜାମ ଜିଲ୍ଲାର ବିଭିନ୍ନ ଥାନାରେ ୨୫ରୁ ଉର୍ଦ୍ଧ ଅପରାଧିକ ମାମଲା […]
ଆସିକା: ବିଚ ରାସ୍ତାରେ ଦୁର୍ଦ୍ଦାନ୍ତ ଅପରାଧୀକୁ ବିଭତ୍ସ ହତ୍ୟା । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ବନ୍ଧାଗୁଡ଼ା ଶ୍ରୀ ଜଗନ୍ନାଥ ବିଦ୍ୟାପୀଠ କାନ୍ସା ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଛି । ଅନନ୍ତଙ୍କ ଘର ଆସିକା କୋଟି କୋଟିନଡା ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ। ଅନନ୍ତଙ୍କ ଵିରୋଧରେ ଜାତୀୟ ନିରାପତ୍ତା ଆଇନି ଲାଗୁ ହୋଇଥିଲା। ଏପରିକି ଗଂଜାମ ଜିଲ୍ଲାର ବିଭିନ୍ନ ଥାନାରେ ୨୫ରୁ ଉର୍ଦ୍ଧ ଅପରାଧିକ ମାମଲା ତାଙ୍କ ନାମରେ ରହିଛି ।
ଗତକାଲି ବିଳମ୍ବିତ ରାତିରେ ଅନନ୍ତ ଦୁଇଜଣ ସାଙ୍ଗ ସହ ବାଇକରେ ସେରଗଡ଼ ପଟକୁ ଯାଉଥିଲେ । ଏହି ସମୟରେ ବାଦଗଡ଼ ରାସ୍ତାରେ ତାଙ୍କ ବାଇକକୁ କିଛି ଦୁର୍ବୃତ୍ତ ଏକ ବୋଲରରେ ପିଛା କରି ଅନନ୍ତଙ୍କୁ ସଙ୍ଘ ବଦ୍ଧ ଭାବେ ଅତର୍କିତ ଆକ୍ରମଣ କରିଥିଲେ ଏହା ଦେଖି ଅନନ୍ତର ଅନ୍ୟ ସାଙ୍ଗମାନେ ଡରି ଘଟଣାସ୍ଥଳରୁ ଦୌଡି ପଳାଇଥିଲେ। ତେବେ ଆକ୍ରମଣକାରୀ ମାନେ ଅନନ୍ତଙ୍କ ମୁଣ୍ଡ ଓ ମୁହଁକୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଅନନ୍ତଙ୍କ ନାଁରେ ଗଞ୍ଜାମ ଜିଲ୍ଲାରେ ୨୫ ମାମଲା ରହିଥିବା SDPO ଗିରିଜା ପଟ୍ଟନାୟକ ସୂଚନା ଦେଇଛନ୍ତି ।




