ଜନାବ ସେକ୍ ଅନ୍‌ୱର ହୁସେନ ପାଇବେ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପୁରସ୍କାର-୨୦୨୩

ଭୁବନେଶ୍ୱର: ୨୦୨୩ ବର୍ଷ ପାଇଁ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ପୁରସ୍କାର ପ୍ରଦାନ । ତିନିଟି ବର୍ଗରେ ତିନିଜଣ ସାରସ୍ବତ ସାଧକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଗତ ସଂଧ୍ୟାରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ଉର୍ଦ୍ଦୁ ସାହିତ୍ୟର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉଭୟ ଉର୍ଦ୍ଦୁ ଗଦ୍ୟ ଓ ପଦ୍ୟ ସାହିତ୍ୟ ପାଇଁ ଭଦ୍ରକ ଜିଲ୍ଲାର ଜନାବ ସେକ୍ ଅନ୍‌ୱର ହୁସେନଙ୍କୁ ‘ଅମଜଦ୍‌ ନଜ୍‌ମୀ ପୁରସ୍କାର-୨୦୨୩’ରେ ସମ୍ମାନିତ କରାଯାଇଛି। ପୁରସ୍କାର ବାବଦକୁ ତାଙ୍କୁ […]

ଜନାବ ସେକ୍ ଅନ୍‌ୱର ହୁସେନ ପାଇବେ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପୁରସ୍କାର-୨୦୨୩
Samaya Live Picture
Published On

ଭୁବନେଶ୍ୱର: ୨୦୨୩ ବର୍ଷ ପାଇଁ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ପୁରସ୍କାର ପ୍ରଦାନ । ତିନିଟି ବର୍ଗରେ ତିନିଜଣ ସାରସ୍ବତ ସାଧକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଗତ ସଂଧ୍ୟାରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ଉର୍ଦ୍ଦୁ ସାହିତ୍ୟର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉଭୟ ଉର୍ଦ୍ଦୁ ଗଦ୍ୟ ଓ ପଦ୍ୟ ସାହିତ୍ୟ ପାଇଁ ଭଦ୍ରକ ଜିଲ୍ଲାର ଜନାବ ସେକ୍ ଅନ୍‌ୱର ହୁସେନଙ୍କୁ ‘ଅମଜଦ୍‌ ନଜ୍‌ମୀ ପୁରସ୍କାର-୨୦୨୩’ରେ ସମ୍ମାନିତ କରାଯାଇଛି। ପୁରସ୍କାର ବାବଦକୁ ତାଙ୍କୁ ୩ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି। ସେହିଭଳି ଉର୍ଦ୍ଦୁ ପଦ୍ୟ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ପାଇଁ କଟକ ଜିଲ୍ଲାର ଜନାବ ଅବଦୁଲ ହକ୍ ବେତାବ୍‌ଙ୍କୁ ‘କରାମତ୍ ଅଲ୍ଲୀ କରାମତ୍ ପୁରସ୍କାର-୨୦୨୩’ ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ତାଙ୍କୁ ୨ ଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ଟ୍ରଫି ଦିଆଯାଇଛି। ଏଥିସହ ଉର୍ଦ୍ଦୁ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ଉଦ୍ୟମରତ କଟକ ଜିଲ୍ଲାର ଜନାବ୍ ସମିଉଲ୍ ହକ୍ ଶାକିରଙ୍କୁ ‘ରଶ୍ମିକାନ୍ତ ରାହି ପୁରସ୍କାର ୨୦୨୩’ ପ୍ରଦାନ କରାଯାଇଛି। ସେ ପୁରସ୍କାର ବାବଦକୁ ୧ ଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ଟ୍ରଫି ପାଇଛନ୍ତି ।

Tags: