5T ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ.ପାଣ୍ଡିଆନକୁ ଭେଟିଲେ ଶ୍ରୀ ଜଗଦିଶ ପାରିଖ

ଭୁବନେଶ୍ୱର : ଆଜି ନବୀନ ନିବାସ ଠାରେ 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ.ପାଣ୍ଡିଆନଙ୍କୁ ଭେଟିଛନ୍ତି ଶ୍ରୀ ଭିଲେ ପାର୍ଲେ କେଲାଭଣି ମଣ୍ଡଳ ଟ୍ରଷ୍ଟ ଓଡିଶା ପ୍ରକଳ୍ପର ଅଧ୍ୟକ୍ଷ ଶ୍ରୀ ଜଗଦିଶ ପାରିଖ I ଟ୍ରଷ୍ଟ ସେକ୍ରେଟେରୀ ଡଃ ଜୟନ୍ତ ଗାନ୍ଧୀ ଓ କ୍ୟାମ୍ପସ ପ୍ରତିନିଧି ଶ୍ରୀ ରଜତ ଅଗ୍ରୱାଲ ପ୍ରମୁଖ ଭେଟି ତାଙ୍କ ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟରେ ଶିକ୍ଷା ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି […]

Samaya Live Picture
Published On

ଭୁବନେଶ୍ୱର : ଆଜି ନବୀନ ନିବାସ ଠାରେ 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ.ପାଣ୍ଡିଆନଙ୍କୁ ଭେଟିଛନ୍ତି ଶ୍ରୀ ଭିଲେ ପାର୍ଲେ କେଲାଭଣି ମଣ୍ଡଳ ଟ୍ରଷ୍ଟ ଓଡିଶା ପ୍ରକଳ୍ପର ଅଧ୍ୟକ୍ଷ ଶ୍ରୀ ଜଗଦିଶ ପାରିଖ I ଟ୍ରଷ୍ଟ ସେକ୍ରେଟେରୀ ଡଃ ଜୟନ୍ତ ଗାନ୍ଧୀ ଓ କ୍ୟାମ୍ପସ ପ୍ରତିନିଧି ଶ୍ରୀ ରଜତ ଅଗ୍ରୱାଲ ପ୍ରମୁଖ ଭେଟି ତାଙ୍କ ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟରେ ଶିକ୍ଷା ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ ଶ୍ରୀ ଭିଲେ ପାର୍ଲେ କେଲାଭଣି ମଣ୍ଡଳ ଟ୍ରଷ୍ଟ ପକ୍ଷରୁ ଇନ୍‌ଫୋଭାଲୀ ଠାରେ ଏକ ମ୍ୟାନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁଟ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ସହିତ ଆଜି ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏହି ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର ସହଯୋଗ ଯୋଗାଇ ଦେଇଥିବାରୁ ସେମାନେ ଖୁସିବ୍ୟକ୍ତ କରିବା ସହିତ ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଓଡିଶାକୁ ଏକ ଅଗ୍ରଣୀ ଶିକ୍ଷା ହବ୍‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମର ଉଚ୍ଚ ପ୍ରଶଂସା କରିଥିଲେ ।

Tags: