ସଂସଦ ଭିତରେ ସିଡିରୁ ପଡିଯାଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ
ନୂଆଦିଲ୍ଲୀ : ସଂସଦ ଭିତରେ ଶିଡ଼ିରୁ ପଡ଼ିଯାଇ ଆହତ ହୋଇଛନ୍ତି ବାଲେଶ୍ଵରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ସଂସଦରେ ଠେଲାପେଲା ପରେ ଜଣେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ପଡିଯିବାରୁ ସେ ସିଡିରେ ପଡିଯାଇଥିଲେ । ତେବେ ରାହୁଲ ଗାନ୍ଧୀ ତାଙ୍କୁ ଧକ୍କା ମାରି ଠେଲି ଦେଇଥିବା କହିଛନ୍ତି ପ୍ରତାପ। ଗଣମାଧ୍ୟମ ଆଗରେ ପ୍ରତାପ ଏହି ମନ୍ତବ୍ୟ ଦେବା ପରେ କଂଗ୍ରେସ ସାଂସଦ ରାହୁଲଙ୍କ ଆଚରଣ ନେଇ ଏବେ ପ୍ରଶ୍ନ ଉଠିଛି। ସଂସଦର ପ୍ରବେଶ ପଥରେ ବିକ୍ଷୋଭ […]
ନୂଆଦିଲ୍ଲୀ : ସଂସଦ ଭିତରେ ଶିଡ଼ିରୁ ପଡ଼ିଯାଇ ଆହତ ହୋଇଛନ୍ତି ବାଲେଶ୍ଵରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ସଂସଦରେ ଠେଲାପେଲା ପରେ ଜଣେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ପଡିଯିବାରୁ ସେ ସିଡିରେ ପଡିଯାଇଥିଲେ । ତେବେ ରାହୁଲ ଗାନ୍ଧୀ ତାଙ୍କୁ ଧକ୍କା ମାରି ଠେଲି ଦେଇଥିବା କହିଛନ୍ତି ପ୍ରତାପ। ଗଣମାଧ୍ୟମ ଆଗରେ ପ୍ରତାପ ଏହି ମନ୍ତବ୍ୟ ଦେବା ପରେ କଂଗ୍ରେସ ସାଂସଦ ରାହୁଲଙ୍କ ଆଚରଣ ନେଇ ଏବେ ପ୍ରଶ୍ନ ଉଠିଛି।
ସଂସଦର ପ୍ରବେଶ ପଥରେ ବିକ୍ଷୋଭ ଚାଲିଥିଲା । ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଧକ୍କା ଦେଇଥିଲେ । ସାଂସଦ ଜଣଙ୍କ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ପଡ଼ିଯାଇଥିଲେ । ବିରୋଧୀ ଆମ୍ଵେଦକର ପ୍ରସଙ୍ଗକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ହ୍ବିଲଚେୟାରରେ ବସାଇ ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଚିକିତ୍ସା ପାଇଁ ନିଆଯାଇଛି ।
ସେପଟେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଭାଜପା ସାଂସଦ ତାଙ୍କୁ ଧମକାଇଛନ୍ତି । ସଂସଦର ମୁଖ୍ୟ ପ୍ରବେଶ ଦ୍ବାର ମକରଦ୍ବାରରେ ତାଙ୍କୁ ପ୍ରବେଶ କରିବାକୁ ଦିଆଯାଇ ନଥିଲା । କଂଗ୍ରେସ ଅଧ୍ୟକ୍ଷ ମଲିକ୍କାର୍ଜୁନ ଖଡଗେ ମଧ୍ୟ କହିଛନ୍ତି ବିଜେପି ସାଂସଦ ମାନେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଜାଣିଶୁଣି ଠେଲାପେଲ୍ଲା କରିଥିଲେ । ଏହାରି ମଧ୍ୟରେ ସଂସଦର ଉଭୟ ଗୃହ ଦିନ ୨ଟା ପର୍ଯ୍ୟନ୍ତ ମୂଲତବୀ କରାଯାଇଛି ।




