ଭୁବନେଶ୍ୱର ଫେରି ସସ୍ମିତ ପାତ୍ରଙ୍କ ଉପରେ ଅସନ୍ତୋଷ ଝାଡିଲେ ସାଂସଦ ମୁନ୍ନା ଖାଁ

ଭୁବନେଶ୍ୱର : ୱାକଫ ବିଲ ଭୋଟିଂକୁ ନେଇ ବିଜେଡି ୨ ଫାଳ । ସସ୍ମିତ ପାତ୍ରଙ୍କ ଉପରେ ଦିନକୁ ଦିନ ବୟାନ ଜାରି କରୁଛନ୍ତି ସାଂସଦ ଏବଂ ବିଧାୟକ। ଏହି ଘଟଣାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଘେରିଛନ୍ତି ବିଜେଡିର କିଛି ତୁଙ୍ଗ ନେତା । ଅସହ୍ୟ ହେଉଛି ନବୀନ ପଟ୍ଟନାୟକଙ୍କ ମୌନ ଅବତାର । ଏପରିକି ପାଣ୍ଡିଆନଙ୍କ ଇସାରାରେ ଏବେ ମଧ୍ୟ ଦଳ ଚାଲୁଥିବା କଥା କେତେଜଣ ଖୁଲମଖୁଲ୍ଲା ଇସାରା ଦେଇଛନ୍ତି । ଏହି ଅବସରରେ […]

ଭୁବନେଶ୍ୱର ଫେରି ସସ୍ମିତ ପାତ୍ରଙ୍କ ଉପରେ ଅସନ୍ତୋଷ ଝାଡିଲେ ସାଂସଦ ମୁନ୍ନା ଖାଁ
Samaya Live Picture
Published On

ଭୁବନେଶ୍ୱର : ୱାକଫ ବିଲ ଭୋଟିଂକୁ ନେଇ ବିଜେଡି ୨ ଫାଳ । ସସ୍ମିତ ପାତ୍ରଙ୍କ ଉପରେ ଦିନକୁ ଦିନ ବୟାନ ଜାରି କରୁଛନ୍ତି ସାଂସଦ ଏବଂ ବିଧାୟକ। ଏହି ଘଟଣାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଘେରିଛନ୍ତି ବିଜେଡିର କିଛି ତୁଙ୍ଗ ନେତା । ଅସହ୍ୟ ହେଉଛି ନବୀନ ପଟ୍ଟନାୟକଙ୍କ ମୌନ ଅବତାର । ଏପରିକି ପାଣ୍ଡିଆନଙ୍କ ଇସାରାରେ ଏବେ ମଧ୍ୟ ଦଳ ଚାଲୁଥିବା କଥା କେତେଜଣ ଖୁଲମଖୁଲ୍ଲା ଇସାରା ଦେଇଛନ୍ତି । ଏହି ଅବସରରେ ସୋମବାର ଦିଲ୍ଲୀରୁ ଫେରିଛନ୍ତି ସାଂସଦ ମୁନ୍ନା ଖାଁ । ଭୁବନେଶ୍ୱର ବିମାନବନ୍ଦର ପହଞ୍ଚି ଗଣମାଧ୍ୟମକୁ ପ୍ରତିକ୍ରିଆ ଦେଇ ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

କେଉଁ ପରିସ୍ଥିତିରେ ସସ୍ମିତ ୱାକଫ ବିଲ୍ ସପକ୍ଷରେ ଭୋଟଟ ଦେଇଛନ୍ତି ଉତ୍ତର ଦିଅନ୍ତୁ ବୋଲି ସେ କହିଛନ୍ତି । ଦଳରେ ଦୋମୁହାଁ ନୀତି ଚଳିବ ନାହିଁ । ଯାହାର ଯିବାର ଅଛି ବିଜେପିକୁ ପଳାନ୍ତୁ, ଦୋମୁହାଁ ନୀତି ଚଳିବନି । ସସ୍ମିତ ପାତ୍ର କାହିଁକି ଏମିତି କଲେ ଆମକୁ କହି ନାହାନ୍ତି । ମୋର ବିଶ୍ବାସ ନବୀନ ବାବୁ ତାଙ୍କୁ କହି ନ ଥିବେ । ମୁଁ ସିଧା ଯାଇ ଦଳର ସଭାପତି ନବୀନ ବାବୁଙ୍କୁ ସବୁ ଜଣାଇବି ।

ସଂସଦୀୟ ବୋର୍ଡ ବୈଠକରେ ବିଲ୍‌କୁ ବିରୋଧ ନିଷ୍ପତ୍ତି ହୋଇଥିଲା ।  ଇଫତାର ପାର୍ଟିରେ ବି ନବୀନ ବାବୁ ୱIକ୍‌ଫ ବିଲ୍‌ ବିରୋଧରେ ଭୋଟ୍‌ ଦେବାକୁ କହିଥିଲେ । ଆଉ ଯେତେବେଳେ ରାଜ୍ୟସଭାରେ ଏହି ବିଲ୍‌ ଆସିଥିଲା, ମୁଁ ମଧ୍ୟ ଏହାକୁ ବିରୋଧ କରିଥିଲି । କିନ୍ତୁ ହଠାତ୍‌ ସନ୍ଧ୍ୟାରେ ସସ୍ମିତ ପାତ୍ର ସୋସିଆଲ ମିଡିଆରେ ଟ୍ୱିଟ୍‌ କରି ନିଜ ବିବେକ ଅନୁସାରେ ଭୋଟ୍‌ ଦେବାକୁ କହିଥିଲେ । ତେବେ ସସ୍ମିତ କାହିଁକି ଟ୍ୱିଟ୍‌ କରି ବିବେକାନୁମୋଦିତ ଭୋଟ ପାଇଁ କହିଲେ ଜାଣିନି । ଏହି ଟ୍ୱିଟ୍‌ ପରେ ମୁଁ ତାଙ୍କୁ ଫୋନ୍‌ କରି ପଚାରିବାକୁ ଚାହିଁଛି ହେଲେ ସେ ଫୋନ୍‌ ଉଠାଇ ନଥିଲେ ‍ବୋଲି ମୁନ୍ନା ଖାନ କହିଛନ୍ତି । କିଏ ତାଙ୍କୁ ବିଲ୍ ସପକ୍ଷରେ ଭୋଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସେ ବିଦେଶ ଗସ୍ତରୁ ଫେରିବା ପରେ ସ୍ପଷ୍ଟ ଭାବେ କହିପାରିବେ ବୋଲି ସେ କହିଛନ୍ତି । ଏଥିସହ ସସ୍ମିତଙ୍କ ନିଲମ୍ବନ ଦାବି କରିଛନ୍ତି ମୁନା ।

ଶେଷ ସୂଚନାନୁସାରେ,ଦଳର ର ସୁପ୍ରିମୋଙ୍କୁ ଭେଟିବା ପରେ ବିଜେଡିର ବରିଷ୍ଠ ନେତା ମୁନ୍ନା ଖାଁଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ କହିଛନ୍ତି, ସଂଖ୍ୟାଲଘୁଙ୍କ ସ୍ବାର୍ଥ ଆମର ପ୍ରାଥମିକତା । ଦୁଇ ଦିନ ଭିତରେ ରାଜ୍ୟସଭାରେ ୱକଫ୍ ବିଲ୍‌ ସମର୍ଥନରେ ବିଜେଡିର କେତେକ ସାଂସଦ ଭୋଟ୍ ଦେବା ଘଟଣାର ସମାଧାନ କରିବି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଲାଗି ନେବି ।

 

Tags: