ଅଣପଞ୍ଜୀକୃତ ହବିଷ୍ୟାଳୀଙ୍କ ଆନ୍ଦୋଳନ

ପୁରୀ : ଆଜିଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ। କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହବିଷ୍ୟାଳୀଙ୍କ ଭିଡ ଲାଗିଛି । ଗୁରୁବାରଠାରୁ ହବିଷ୍ୟାଳୀମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିବା ସହ ହବିଷ୍ୟାନ୍ନ ଗ୍ରହଣ କରିବେ । ତେବେ ପୁରୀରେ ଅଣ ପଞ୍ଜିକୃତ ହବିଷ୍ୟାଳୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରହଣି ଦାବିରେ ବୃନ୍ଦାବତୀ ନିବାସ ସାମ୍ନାରେ ଏକାଠି ହୋଇ ଆନ୍ଦୋଳନରେ ବସିଛନ୍ତି ହବିଷ୍ୟାଳି । ଏନେଇ ଘଟଣାସ୍ଥଳରେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା ପାଇଁ ଅତିରିକ୍ତ ଜିଲାପାଳ, ଉପଜିଲାପାଳ ପହଞ୍ଚିଛନ୍ତି। ଉପଜିଲାପାଳ କହିଛନ୍ତି, […]

Samaya Live Picture
Published On

ପୁରୀ : ଆଜିଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ। କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହବିଷ୍ୟାଳୀଙ୍କ ଭିଡ ଲାଗିଛି । ଗୁରୁବାରଠାରୁ ହବିଷ୍ୟାଳୀମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିବା ସହ ହବିଷ୍ୟାନ୍ନ ଗ୍ରହଣ କରିବେ ।

ତେବେ ପୁରୀରେ ଅଣ ପଞ୍ଜିକୃତ ହବିଷ୍ୟାଳୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରହଣି ଦାବିରେ ବୃନ୍ଦାବତୀ ନିବାସ ସାମ୍ନାରେ ଏକାଠି ହୋଇ ଆନ୍ଦୋଳନରେ ବସିଛନ୍ତି ହବିଷ୍ୟାଳି । ଏନେଇ ଘଟଣାସ୍ଥଳରେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା ପାଇଁ ଅତିରିକ୍ତ ଜିଲାପାଳ, ଉପଜିଲାପାଳ ପହଞ୍ଚିଛନ୍ତି। ଉପଜିଲାପାଳ କହିଛନ୍ତି, ପ୍ରଥମେ ପଞ୍ଜିକୃତ ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା କରାଯିବ। ଏହା ପରେ ସ୍ଥାନ ଫାଙ୍କା ରହିଲେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ଦିଆଯିବ।

ଚଳିତଥର edistrict.odisha.gov.inରେ ହବିଷ୍ୟାଳିମାନେ ପଞ୍ଜିକରଣ କରିଥିଲେ। ଏହି ଯୋଜନାରେ ୨୫ ଶହ ହବିଷ୍ୟାଳିଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି।

Tags: