ସିଙ୍ଗାପୁର ରାଷ୍ଟ୍ରପତି- ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ବର: ବିଶ୍ଵ ଦକ୍ଷତା କେନ୍ଦ୍ର ପରିସରରେ ସିଙ୍ଗାପୁର ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଓଡ଼ିଶା ସରକାର ଓ ସିଙ୍ଗାପୁରର ବିଭିନ୍ନ ସଂସ୍ଥା ମଧ୍ୟରେ ସ୍ୱାକ୍ଷର ହେଲା ୮ MOU । ଭବିଷ୍ୟତ ପାଇଁ ଦକ୍ଷତା ବିକାଶ: ଓଡ଼ିଶାରେ ଏହି କ୍ଷେତ୍ରରେ ବ୍ୟାପକତା ଲାଗି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନ କୌଶଳ ଶିକ୍ଷା ବିଭାଗ ଓ ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର, ଅକ୍ଷୟ ଶକ୍ତି ଜ୍ଞାନ […]
ଭୁବନେଶ୍ବର: ବିଶ୍ଵ ଦକ୍ଷତା କେନ୍ଦ୍ର ପରିସରରେ ସିଙ୍ଗାପୁର ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଓଡ଼ିଶା ସରକାର ଓ ସିଙ୍ଗାପୁରର ବିଭିନ୍ନ ସଂସ୍ଥା ମଧ୍ୟରେ ସ୍ୱାକ୍ଷର ହେଲା ୮ MOU । ଭବିଷ୍ୟତ ପାଇଁ ଦକ୍ଷତା ବିକାଶ: ଓଡ଼ିଶାରେ ଏହି କ୍ଷେତ୍ରରେ ବ୍ୟାପକତା ଲାଗି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନ କୌଶଳ ଶିକ୍ଷା ବିଭାଗ ଓ ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର, ଅକ୍ଷୟ ଶକ୍ତି ଜ୍ଞାନ କୌଶଳ ସଂପର୍କରେ ଗବେଷଣା ପାଇଁ ରାଜ୍ୟ ଶକ୍ତି ବିଭାଗ, IIT ଭୁବନେଶ୍ୱର ଓ ସିଙ୍ଗାପୁରର ନାନ୍ୟାଙ୍ଗ ଟେକ୍ନୋଲଜିକାଲ ୟୁନଭରସିଟି ମଧ୍ୟରେ ତ୍ରିପାକ୍ଷିକ MOU ସ୍ବାକ୍ଷର, ରାଜ୍ୟରେ ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ ପାଇଁ ଇଡକୋ ସହ ସିଙ୍ଗାପୁରର ସେମ୍ବକର୍ପ ସହ MOU, ଭୁବନେଶ୍ଵରରେ ନୂତନ ସହର ବିକାଶ ଲାଗି ବିଡିଏ ସହ ସିଙ୍ଗାପୁରର ସୁରବନ ଜୁରଙ୍ଗ ସହ ବୁଝାମଣା ପତ୍ର ସ୍ବାକ୍ଷର, ସେମିକଣ୍ଡକ୍ଟର କ୍ଷେତ୍ରରେ ଦକ୍ଷତା ବିକାଶ ଲାଗି ରାଜ୍ୟ ଦକ୍ଷତା ବିକାଶ ବିଭାଗ ସହ ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ ମଧ୍ୟରେ MOU , ଗ୍ରୀନ ହାଇଡ୍ରୋଜେନ୍ କରିଡ଼ର ସ୍ଥାପନ ଲାଗି ଇପିକଲ ଓ ସିଙ୍ଗାପୁରର ସେମ୍ୱକର୍ପ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର, ପାରାଦୀପରେ ପେଟ୍ରୋଲିୟମ, କେମିକାଲ ଓ ପେଟ୍ରୋ କେମିକାଲ ନିବେଶ କ୍ଷେତ୍ର ଲାଗି ଇଡକୋ ସହ ସିଙ୍ଗାପୁରର ସୁରବନ ଜୁରଙ୍ଗ ମଧ୍ୟରେ MOU, ଓଡ଼ିଶାରେ ଆର୍ଥିକ ଓ ପ୍ରଯୁକ୍ତିଗତ ପରିଚାଳନାର ସୁଦୃଢ଼ୀକରଣ ପାଇଁ ରାଜ୍ୟ ବିଜ୍ଞାନ ତଥା ସୂଚନା ଓ ପ୍ରଯୁକ୍ତି ବିଭାଗ ସହ ସିଙ୍ଗାପୁରରେ GFTN ସହ ଭଳି ଗୁରୁତ୍ବପୂର୍ଣ୍ଣ MOU ହୋଇଛି ।




