ଟ୍ରକ ଧକ୍କାରେ ଶିଶୁପୁତ୍ର ମୃତ ମା’ଗୁରୁତର

କରଞ୍ଜିଆ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ମା’ ଆଖି ଆଗରେ ଚାଲିଗଲା ପୁଅର ଜୀବନ । ମୟୂରଭଞ୍ଜ ଜିଲ୍ଲା ୪୯ ନଂ ଜାତୀୟ ରାଜପଥ ଯଶିପୁର ବ୍ୟାଙ୍କ ଅଫ ଇଣ୍ଡିଆ ସାମ୍ନାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ମା ଓ ପୁଅ ସ୍କୁଟିରେ ଯାଉଥିବାବେଳେ ଏକ ଲୁହା ପଥର ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ସ୍କୁଟିରୁ ଛିଟକି ପଡିଥିଲେ ମା’ ଓ ୭ ବର୍ଷର ଶିଶୁପୁତ୍ର । ଏହି ସମୟରେ ଟ୍ରକଟି ଶିଶୁ ପୁତ୍ର […]

Samaya Live Picture
Published On

କରଞ୍ଜିଆ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ମା’ ଆଖି ଆଗରେ ଚାଲିଗଲା ପୁଅର ଜୀବନ । ମୟୂରଭଞ୍ଜ ଜିଲ୍ଲା ୪୯ ନଂ ଜାତୀୟ ରାଜପଥ ଯଶିପୁର ବ୍ୟାଙ୍କ ଅଫ ଇଣ୍ଡିଆ ସାମ୍ନାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ମା ଓ ପୁଅ ସ୍କୁଟିରେ ଯାଉଥିବାବେଳେ ଏକ ଲୁହା ପଥର ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ସ୍କୁଟିରୁ ଛିଟକି ପଡିଥିଲେ ମା’ ଓ ୭ ବର୍ଷର ଶିଶୁପୁତ୍ର । ଏହି ସମୟରେ ଟ୍ରକଟି ଶିଶୁ ପୁତ୍ର ଉପରେ ମାଡି ଯିବାରୁ ଘଟଣା ସ୍ଥଳରେ ପୁଅର ମୃତ୍ୟୁ ଘଟିଥିଲା । ଗୁରୁତର ଅବସ୍ଥାରେ ମା’କୁ ହସ୍ପିଟାଲରେ ଭର୍ତି କରାଯାଇଛି I ଖବର ପାଇ ଘଟଣାସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଦୁର୍ଘଟଣାର ଶିକାର ହୋଇଥିବା ମା’-ପୁଅ ବିଶୋଇ ଥାନା ବାଢ଼ୁଣିଆଁ ଗାଁର ବୋଲି ଜଣାପଡିଛି ।

Tags: