୯ ମାସର ଛୁଆକୁ ଧରି ନଦୀକୁ ଡେଇଁଲା ମା’
ଆଳି :ଆଳି : ସ୍ୱାମୀ ସାମ୍ନାରେ ୯ମାସର ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁଲା ମାଆ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଗଡଗଡି ସେତୁ ଉପରୁ ଖରସ୍ରୋତା ନଦୀକୁ ଝିଅକୁ ଧରି ଡେଇଁପଡ଼ିଥିଲେ ମା’। ଏହା ଦେଖି ସ୍ୱାମୀ ଜଣକ ମଧ୍ୟ ନଦୀକୁ ଡେଇଁ ପଡ଼ିଥିଲେ I ସ୍ୱାମୀ ସ୍ତ୍ରୀ ପାଣିରେ ଉବୁଟୁବୁ ହେଉଥିବାବେଳେ ପିଲାଟିକୁ ଟେକି ଧରିଥିଲେ I ଏହାଦେଖି ସ୍ଥାନୀୟ ଲୋକେ ଏକ ଡଙ୍ଗା ସାହାଯ୍ୟରେ ଉସମସ୍ତଙ୍କୁ ପାଣିରୁ ଉଦ୍ଧାର କରି ସଙ୍ଗେସଙ୍ଗେ ସମସ୍ତଙ୍କୁ […]
ଆଳି :ଆଳି : ସ୍ୱାମୀ ସାମ୍ନାରେ ୯ମାସର ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁଲା ମାଆ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଗଡଗଡି ସେତୁ ଉପରୁ ଖରସ୍ରୋତା ନଦୀକୁ ଝିଅକୁ ଧରି ଡେଇଁପଡ଼ିଥିଲେ ମା’। ଏହା ଦେଖି ସ୍ୱାମୀ ଜଣକ ମଧ୍ୟ ନଦୀକୁ ଡେଇଁ ପଡ଼ିଥିଲେ I ସ୍ୱାମୀ ସ୍ତ୍ରୀ ପାଣିରେ ଉବୁଟୁବୁ ହେଉଥିବାବେଳେ ପିଲାଟିକୁ ଟେକି ଧରିଥିଲେ I ଏହାଦେଖି ସ୍ଥାନୀୟ ଲୋକେ ଏକ ଡଙ୍ଗା ସାହାଯ୍ୟରେ ଉସମସ୍ତଙ୍କୁ ପାଣିରୁ ଉଦ୍ଧାର କରି ସଙ୍ଗେସଙ୍ଗେ ସମସ୍ତଙ୍କୁ ଆଳି ମେଡିକାଲ ନିଆଯାଇଥିବା ବେଳେ ସେଠାରେ ପିଲା ଓ ମା’ର ସ୍ୱାସ୍ଥ୍ୟ ଠିକ୍ ଦେଖି ଜଣାଯାଇଛି। ଏହାପରେ ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ମା’ ଓ ପିଲାକୁ କେନ୍ଦ୍ରାପଡ଼ା ମେଡିକାଲ ନେଇ ଯାଇଥିବା ଜଣାଯାଇଛି। ପାରିବାରିକ କଳହକୁ ଏହି ଘଟଣା ଘଟିଥିବା କୁହାଯାଉଛି I




