ପୁଅ ମାଡ ରେ ମା’ ମୃତ
ପଟ୍ଟାମୁଣ୍ଡାଇ : ପୁଅ ବୋହୁଙ୍କ ଝଗଡା ତୁଟାଇବାକୁ ଯାଇ ମା’ଙ୍କ ମୃତ୍ୟୁ । ପୁଅ ଧକ୍କାରେ ଚାଲିଗଲା ମା’ର ଜୀବନ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବିଷ୍ଣୁପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଲିସ ଅଭିଯୁକ୍ତ ପୁଅ ମନୋଜ ମଲ୍ଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗତକାଲି ବିଳମ୍ବିତ ରାତିରେ ମନୋଜ ମଦ ପିଇ ସ୍ତ୍ରୀକୁ ମାରୁଥିବା ସମୟରେ ମା’ ଶାନ୍ତିଲତା (୭୦ ବର୍ଷ) ପ୍ରତିବାଦ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମନୋଜ […]
ପଟ୍ଟାମୁଣ୍ଡାଇ : ପୁଅ ବୋହୁଙ୍କ ଝଗଡା ତୁଟାଇବାକୁ ଯାଇ ମା’ଙ୍କ ମୃତ୍ୟୁ । ପୁଅ ଧକ୍କାରେ ଚାଲିଗଲା ମା’ର ଜୀବନ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବିଷ୍ଣୁପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଲିସ ଅଭିଯୁକ୍ତ ପୁଅ ମନୋଜ ମଲ୍ଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଗତକାଲି ବିଳମ୍ବିତ ରାତିରେ ମନୋଜ ମଦ ପିଇ ସ୍ତ୍ରୀକୁ ମାରୁଥିବା ସମୟରେ ମା’ ଶାନ୍ତିଲତା (୭୦ ବର୍ଷ) ପ୍ରତିବାଦ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମନୋଜ ତାଙ୍କ ମାଆଙ୍କୁ ଧକ୍କା ଦେଇ ଠେଲିଦେଇଥିଲେ । ତେବେ ଧକ୍କା ଏତେ ଜୋର ଲାଗିଥିଲା ଯେ ଶାନ୍ତିଲତା ତଳେ ପଡିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମନୋଜ ମଲ୍ଲିକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।




