ବରମୁଣ୍ଡା ବସଷ୍ଟାଣ୍ଡରେ ମା ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ
ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ। ବରମୁଣ୍ଡା ବସଷ୍ଟାଣ୍ଡରେ ମା’ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ବସକୁ ଅପେକ୍ଷା କରି ବସ୍ଷ୍ଟାଣ୍ଡରେ ଶୋଇଥିବା ବେଳେ ମା’ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିଲା । ଅଭିଯୋଗ ପାଇ ଭରତପୁର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ବ୍ରହ୍ମପୁର ଯିବାପାଇଁ ଗଂଜାମ ଜିଲ୍ଲାର ମା’ଝିଅ ବରମୁଣ୍ଡା ବସଷ୍ଟାଣ୍ଡରେ ଶୋଇଥିଲେ । ଏହି ସମୟରେ ଗଞ୍ଜାମ ବେଗୁନିଆପଡ଼ାର ପବିତ୍ର କହଁର ନାମକ ଜଣେ ବ୍ୟକ୍ତି ସେମାନଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ […]
ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ। ବରମୁଣ୍ଡା ବସଷ୍ଟାଣ୍ଡରେ ମା’ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ବସକୁ ଅପେକ୍ଷା କରି ବସ୍ଷ୍ଟାଣ୍ଡରେ ଶୋଇଥିବା ବେଳେ ମା’ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିଲା । ଅଭିଯୋଗ ପାଇ ଭରତପୁର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।
ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ବ୍ରହ୍ମପୁର ଯିବାପାଇଁ ଗଂଜାମ ଜିଲ୍ଲାର ମା’ଝିଅ ବରମୁଣ୍ଡା ବସଷ୍ଟାଣ୍ଡରେ ଶୋଇଥିଲେ । ଏହି ସମୟରେ ଗଞ୍ଜାମ ବେଗୁନିଆପଡ଼ାର ପବିତ୍ର କହଁର ନାମକ ଜଣେ ବ୍ୟକ୍ତି ସେମାନଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ଏନେଇ ମହିଳା ଜଣକ ଚିତ୍କାର କରିବାରୁ ଆଖପାଖ ଲୋକେ ସେଠାରେ ପହଞ୍ଚିଥିଲେ । ଥାନାରେ ଅଭିଯୋଗ ପରେ ବସ୍ ଯୋଗେ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ମାଡି ବସିଥିଲା ପୁଲିସ । ଗିରଫ ଅଭିଯୁକ୍ତ ଗଞ୍ଜାମ ଜିଲାର ବେଗୁନିଆପଡାର ପବିତ୍ର କହଁର ବୋଲି ଜଣାପଡିଛି ।




