ବିଦ୍ୟୁତ ଆଘାତରେ ମା’ପୁଅଙ୍କ ମୃତ୍ୟୁ
ଜଳେଶ୍ୱର : ଆଜି ସକାଳୁ ସକାଳୁ ବାଲେଶ୍ୱର ଜିଲ୍ଲା ଭୋଗରାଇ ଗାଁରେ ଘଟି ଯାଇଛି ଏକ ଦୁଖଦଃ ଘଟଣା I ବିଦ୍ୟୁତ ଆଘାତରେ ଏକ ସାଙ୍ଗରେ ମା’ଓ ପୁଅଙ୍କର ମୃତ୍ୟୁ ଘଟିଛି I ମୃତକ ପୁଅ ହେଲେ କାର୍ତ୍ତିକ ସେଠୀ ଓ ମା’ଜୟନ୍ତୀ ସେଠୀ । ସୂଚନାନୁଯାୟୀ,ପୁଅ କାର୍ତ୍ତିକ ଜଣେ ରାଜମିସ୍ତ୍ରୀ ଇ ଆଜି ସକାଳେ ଇଲେକ୍ଟ୍ରି କଟର ସାହାଯ୍ୟରେ ଘର କାମ ପାଇଁ ରଡ଼ କଟୁଥିବାବେଳେ ଅସାବଧାନତା ବଶତଃ ସେଠାରେ ଲାଖି ଯାଇଥିଲେ । ଏହି […]
ଜଳେଶ୍ୱର : ଆଜି ସକାଳୁ ସକାଳୁ ବାଲେଶ୍ୱର ଜିଲ୍ଲା ଭୋଗରାଇ ଗାଁରେ ଘଟି ଯାଇଛି ଏକ ଦୁଖଦଃ ଘଟଣା I ବିଦ୍ୟୁତ ଆଘାତରେ ଏକ ସାଙ୍ଗରେ ମା’ଓ ପୁଅଙ୍କର ମୃତ୍ୟୁ ଘଟିଛି I ମୃତକ ପୁଅ ହେଲେ କାର୍ତ୍ତିକ ସେଠୀ ଓ ମା’ଜୟନ୍ତୀ ସେଠୀ ।
ସୂଚନାନୁଯାୟୀ,ପୁଅ କାର୍ତ୍ତିକ ଜଣେ ରାଜମିସ୍ତ୍ରୀ ଇ ଆଜି ସକାଳେ ଇଲେକ୍ଟ୍ରି କଟର ସାହାଯ୍ୟରେ ଘର କାମ ପାଇଁ ରଡ଼ କଟୁଥିବାବେଳେ ଅସାବଧାନତା ବଶତଃ ସେଠାରେ ଲାଖି ଯାଇଥିଲେ । ଏହି ସମୟରେ ମା’ ଜୟନ୍ତୀ ହଠାତ କିଛି ବୁଝି ନପାରି ପୁଅକୁ ବଞ୍ଚାଇବାକୁ ଯାଇ ତାଙ୍କୁ ଧରି ଦେବାରୁ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ସେଠାରେ ଲାଖି ଯାଇଥିଲେ । ଏହା ଦେଖି ପଡୋଶୀ ଉଭୟଙ୍କୁ ଜଳେଶ୍ୱର ହସ୍ପିଟାଲ ନେଇ ଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି ।




