ସାପ କାମୁଡ଼ାରେ ମା’ପୁଅ ମୃତ
ରାୟଗଡା : ରାଜ୍ୟରେ ଉଦବେଗ ଜନକ ସ୍ଥିତିରେ ପହଂଚିଲାଣି ସର୍ପାଘାତ ଜନିତ ମୃତ୍ୟୁ ଘଟଣା I ପ୍ରତିଦିନ କେଉଁଠି ନା କେଉଁଠି ସର୍ପାଘାତ ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସୁଛି ଇ ସେଇଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲାରେ I ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ତଳଝିରି ପଞ୍ଚାୟତ ଅନ୍ତର୍ଗତ ସିପିଯୋଡ଼ି ଗାଁରେ ଗତକାଲି ବିଳମ୍ବିତ ରାତିରେ ବିଷାକ୍ତ ସାପକାମୁଡ଼ାରେ ପୁଅ ପରେ ମା’ର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ଥିବା ମା […]
ରାୟଗଡା : ରାଜ୍ୟରେ ଉଦବେଗ ଜନକ ସ୍ଥିତିରେ ପହଂଚିଲାଣି ସର୍ପାଘାତ ଜନିତ ମୃତ୍ୟୁ ଘଟଣା I ପ୍ରତିଦିନ କେଉଁଠି ନା କେଉଁଠି ସର୍ପାଘାତ ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସୁଛି ଇ ସେଇଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲାରେ I ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ତଳଝିରି ପଞ୍ଚାୟତ ଅନ୍ତର୍ଗତ ସିପିଯୋଡ଼ି ଗାଁରେ ଗତକାଲି ବିଳମ୍ବିତ ରାତିରେ ବିଷାକ୍ତ ସାପକାମୁଡ଼ାରେ ପୁଅ ପରେ ମା’ର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ଥିବା ମା ଏବଂ ପୁଅକୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ପୁଅ କୈଳାଶ ବିଶିଙ୍କ ମୃତ୍ୟୁ ଘୋଷଣା କରିଥିଲେ । ସେପଟେ ସଙ୍କଟାପନ୍ନ ଅବସ୍ଥାରେ ଥିବା ମା’ବୃନ୍ଦାଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାୟଗଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୃନ୍ଦାଙ୍କ ମୃତ୍ୟୁ ହୋଇଥିଲା ।




