ବିଲରେ ଚାଷ କରୁଥିବାବେଳେ ବଜ୍ରାଘାତରେ ମା-ପୁଅଙ୍କର ମୃତ୍ୟୁ

ବୋରିଗୁମ୍ମା : ପୁଣି ବଜ୍ରାଘାତ ନେଲା ୨ ଜୀବନ I ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରାଘାତ ଘଟି ମା’ପୁଅଙ୍କର ମୃତ୍ୟୁ ଘଟିଛି I ସବୁଦିନ ପରି ଲିଙ୍ଗରାଜ ହାଲବା ନିଜ ସ୍ତ୍ରୀ ଦୁରୁବତୀ ହାଲବା ଏବଂ ପୁଅ ଦୀପକ ତିନି ଜଣ ନିଜ ଜମିରେ ଚାଷ କରୁଥିଲେ । ହଠାତ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା I ଏହି ସମୟରେ ଲିଙ୍ଗରାଜ ଏକ ସୁରକ୍ଷିତ ସ୍ଥାନକୁ ଚାଲି ଆସିଥିଲେ ମଧ୍ୟ,ମା ଓ ପୁଅ […]

Samaya Live Picture
Published On

ବୋରିଗୁମ୍ମା : ପୁଣି ବଜ୍ରାଘାତ ନେଲା ୨ ଜୀବନ I ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରାଘାତ ଘଟି ମା’ପୁଅଙ୍କର ମୃତ୍ୟୁ ଘଟିଛି I ସବୁଦିନ ପରି ଲିଙ୍ଗରାଜ ହାଲବା ନିଜ ସ୍ତ୍ରୀ ଦୁରୁବତୀ ହାଲବା ଏବଂ ପୁଅ ଦୀପକ ତିନି ଜଣ ନିଜ ଜମିରେ ଚାଷ କରୁଥିଲେ । ହଠାତ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା I ଏହି ସମୟରେ ଲିଙ୍ଗରାଜ ଏକ ସୁରକ୍ଷିତ ସ୍ଥାନକୁ ଚାଲି ଆସିଥିଲେ ମଧ୍ୟ,ମା ଓ ପୁଅ ବିଲ ମଧ୍ୟରେ ରହି ଯାଇଥିଲେ I ସେହି ସମୟରେ ପ୍ରଚଣ୍ଡ ବଜ୍ର ପାତ ଘଟି ମା’ ଓ ପୁଅ ବିଲ ମଧ୍ୟରେ ଅଚେତ ହୋଇ ପଡ଼ିଥିଲେ I ତାଙ୍କୁ ସେଠାରୁ ବୋରିଗୁମ୍ମା ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା କିନ୍ତୁ ମେଡ଼ିକାଲରେ ଉଭୟ ମା ଓ ପୁଅଙ୍କୁ ମୃତ ଘୋଷଣା କରିଛନ୍ତି ଡକ୍ଟର । ଲିଙ୍ଗରାଜ ଙ୍କ ପୁଅ ମୃତ ଦୀପକ ଜଣେ +୨ ଛାତ୍ର ଥିଲେ ବୋଲି ଜଣା ପଡିଛି I

ସେହିପରି ଅନୁଗୋଳ ଜିଲ୍ଲାରେ ବଜ୍ରପାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ମହିଳା ଦ୍ୱୟ ହେଉଛନ୍ତି ସୁଷମା ବେହେରା ଓ ପେନି ବେହେରା। ଆହତ ଦ୍ୱୟ ହେଉଛନ୍ତି ଅଜୟ ବେହେରା ଓ କୁଆଁରୀ ବେହେରା। ଏମାନେ ସମସ୍ତେ ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁର। ସେମାନେ ଶୁଖିଲା କାଠ ସଂଗ୍ରହ କରି ଫେରୁଥିବା ବେଳେ ଗାଁ ପାଖ ଆସପଣ୍ଡ ପାଖରେ ବଜ୍ରପାତ ହୋଇଥିଲା।

Tags: