ବିଦ୍ୟୁତ ଆଘାତ ଲାଗି ମା’ପୁଅ ମୃତ

ସୋରୋ: ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମା’ପୁଅଙ୍କ ମୃତ୍ୟୁ I ଆଜି ସକାଳୁ ସକାଳୁ ଏଭଳି ଅଭବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ନାହୁଳ ଗ୍ରାମରେ I ବିଦ୍ୟୁତ ଆଘାତରେ ମା’ ତିଳୋତ୍ତମା ଦାସ (୪୮) ଓ ତାଙ୍କ ପୁଅ ରାମଚନ୍ଦ୍ର (୨୮)ଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ମା’ଓପୁଅ ନିଜ ବାଡି଼କୁ ଯାଉଥିବା ବେଳେ,ପୂର୍ବରୁ ସେଠାରେ ଏକ ଘର ତିଆରି ପାଇଁ ଜମା ହୋଇଥିବା ରଡ଼ ଉପରେ […]

Samaya Live Picture
Published On

ସୋରୋ: ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମା’ପୁଅଙ୍କ ମୃତ୍ୟୁ I ଆଜି ସକାଳୁ ସକାଳୁ ଏଭଳି ଅଭବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ନାହୁଳ ଗ୍ରାମରେ I ବିଦ୍ୟୁତ ଆଘାତରେ ମା’ ତିଳୋତ୍ତମା ଦାସ (୪୮) ଓ ତାଙ୍କ ପୁଅ ରାମଚନ୍ଦ୍ର (୨୮)ଙ୍କର ମୃତ୍ୟୁ ହୋଇଛି ।

ଆଜି ସକାଳେ ମା’ଓପୁଅ ନିଜ ବାଡି଼କୁ ଯାଉଥିବା ବେଳେ,ପୂର୍ବରୁ ସେଠାରେ ଏକ ଘର ତିଆରି ପାଇଁ ଜମା ହୋଇଥିବା ରଡ଼ ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା I ଉଭୟ ମା ଓ ପୁଅ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ଏହି ସମୟରେ ଘରେ ଥିବା ତାଙ୍କ ସାନ ଝିଅ ଖବର ପାଇ ଖଇରାରେ ଥିବା ପୂର୍ଣ୍ଣଚନ୍ଦ୍ରଙ୍କୁ ଖବର ଦେଇଥିଲେ। ସେ ଆସି ଉଭୟଙ୍କୁ ଖଇର ମେଡିକାଲକୁ ନେଇ ଯାଇଥିଲେ ,ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି I ସକାଳୁ ସକାଳୁ ଏଭଳି ଅଘଟଣ ନେଇ ସ୍ଥାନୀୟ ଅଞ୍ଚଳବାସୀ ସ୍ତବ୍ଧ ହୋଇ ଯାଇଛନ୍ତି I

Tags: