ଚଳନ୍ତା ଟ୍ରେନରୁ ଖସିପଡି ମା’ଓ ଶିଶୁକନ୍ୟା ଗୁରୁତର

ରାୟଗଡା : ଟ୍ରେନକୁ ଚଢ଼ୁଥିବାବେଳେ ରେଳ ଧାରଣାରେ ଖସିପଡି ମା’ଝିଅ ଗୁରୁତର ହୋଇ ପଡିଛନ୍ତି । ଦୁର୍ଘଟଣାରେ ମା’ଙ୍କର ଦୁଇ ହାତ ପାପୁଲି ସହିତ ଗୋଟିଏ ଗୋଡ଼ କାଟି ଯାଇଛି ଓ ୪ ବର୍ଷ ଶିଶୁକନ୍ୟା ର ଗୋଟିଏ ହାତ ଓ ଗୋଡ଼ କଟିଯାଇଥିବା ସୂଚନା ମିଳିଛି । ଆଜି ସକାଳେ ରାୟଗଡ଼ା ଜିଲ୍ଲା ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରେ ଏହି ଅଘଟଣ ଘଟିଛି । କୋରବା ଏକ୍ସପ୍ରେସରେ ଚଢ଼ୁଥିବାବେଳେ ଟ୍ରେନ ଚାଲିବାରୁ ଖସିପଡିଥିଲେ ଉଭୟେ । […]

Samaya Live Picture
Published On

ରାୟଗଡା : ଟ୍ରେନକୁ ଚଢ଼ୁଥିବାବେଳେ ରେଳ ଧାରଣାରେ ଖସିପଡି ମା’ଝିଅ ଗୁରୁତର ହୋଇ ପଡିଛନ୍ତି । ଦୁର୍ଘଟଣାରେ ମା’ଙ୍କର ଦୁଇ ହାତ ପାପୁଲି ସହିତ ଗୋଟିଏ ଗୋଡ଼ କାଟି ଯାଇଛି ଓ ୪ ବର୍ଷ ଶିଶୁକନ୍ୟା ର ଗୋଟିଏ ହାତ ଓ ଗୋଡ଼ କଟିଯାଇଥିବା ସୂଚନା ମିଳିଛି । ଆଜି ସକାଳେ ରାୟଗଡ଼ା ଜିଲ୍ଲା ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରେ ଏହି ଅଘଟଣ ଘଟିଛି । କୋରବା ଏକ୍ସପ୍ରେସରେ ଚଢ଼ୁଥିବାବେଳେ ଟ୍ରେନ ଚାଲିବାରୁ ଖସିପଡିଥିଲେ ଉଭୟେ । ଅଘଟଣ ପରେ ଉଭୟଙ୍କୁ ପ୍ରଥମେ ରେଳ ବିଭାଗ ପୋଲିସ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

ସୂଚନାନୁସାରେ,ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଚୈତନ୍ୟ ଚନ୍ଦନା ନିଜ ପତ୍ନୀ ରତିକା ଚନ୍ଦନା ଓ ୪ ବର୍ଷର ଶିଶୁକନ୍ୟା ହସ୍ତିନା ଚନ୍ଦନାଙ୍କୁ ନେଇ ୨ ଦିନ ପୂର୍ବରୁ ଜଣେ ସମ୍ପର୍କୀୟଙ୍କ ଦଶାହ ଭୋଜିରେ ଯୋଗ ଦେବାକୁ ରାୟଗଡା ଜିଲ୍ଲାର ଜିଞ୍ଜିଲିବାଡ଼ିକୁ ଯାଇଥିଲେ। ସେଠାରୁ ସେମାନେ ଆଜି ସକାଳେ ଫେରୁଥିବା ବେଳେ ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି। ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଉଭୟଙ୍କର ଚିକିତ୍ସା ଜାରି ରହିଛି ।

Tags: