ମଙ୍ଗଳବାର ଠୁ ସକାଳୁଆ ସ୍କୁଲ

ବନେଶ୍ୱର : ଏପ୍ରିଲ ରେ ଅଥୟ କଲାଣି ତାତି I ଅସମ୍ଭାଳ ହେଲାଣି ଜୀବନଯାତ୍ରା। ଏମିତି ଗୁଳୁଗୁଳି ହେଉଛି, ଘରୁ ବାହାରିବାକୁ ଭୟ ଲାଗୁଛି। ଆଜି ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ମଙ୍ଗଳବାର ୧୧ ତାରିଖ ଠାରୁ ରାଜ୍ୟରେ ଆରମ୍ଭ ହେଉଛି ସକାଳୁଆ ସ୍କୁଲ I ସକାଳ ୭ ଟାରୁ ଦିନ ୧୧.୩୦ ପର୍ଯ୍ୟନ୍ତ ଚାଲିବ ସ୍କୁଲ I ଏନେଇ […]

Samaya Live Picture
Published On

ବନେଶ୍ୱର : ଏପ୍ରିଲ ରେ ଅଥୟ କଲାଣି ତାତି I ଅସମ୍ଭାଳ ହେଲାଣି ଜୀବନଯାତ୍ରା। ଏମିତି ଗୁଳୁଗୁଳି ହେଉଛି, ଘରୁ ବାହାରିବାକୁ ଭୟ ଲାଗୁଛି। ଆଜି ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ମଙ୍ଗଳବାର ୧୧ ତାରିଖ ଠାରୁ ରାଜ୍ୟରେ ଆରମ୍ଭ ହେଉଛି ସକାଳୁଆ ସ୍କୁଲ I ସକାଳ ୭ ଟାରୁ ଦିନ ୧୧.୩୦ ପର୍ଯ୍ୟନ୍ତ ଚାଲିବ ସ୍କୁଲ I ଏନେଇ ପ୍ରାଥମିକ ଶିକ୍ଷା ନିର୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି I ଏହା ସହିତ ପ୍ରତି ସ୍କୁଲରେ ଛାତ୍ର ଛାତ୍ରୀଙ୍କ ପାଇଁ ପିଇବା ପାଣି ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ସ୍କୁଲ କର୍ତୃପକ୍ଷଙ୍କୁ ନିର୍ଦେଶ ଦିଆ ଯାଇଛି I

ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ନବମ ଏବଂ ଏକାଦଶ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ସ୍କୁଲ ସମୟ ସକାଳ ୭ ଟାରୁ ୯ ଟା ଏବଂ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସକାଳ ୮ ରୁ ୧୨ ଟା ହେବ। ସୂଚନାଯୋଗ୍ୟ, ସୋମବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଗଣମାଧ୍ୟମକୁ କହିଛନ୍ତି ଯେ ସରକାର ସ୍କୁଲ ସମୟର ସମୀକ୍ଷା କରୁଛନ୍ତି I