ଆସନ୍ତାକାଲିଠୁ ସକାଳୁଆ ସ୍କୁଲ: ସାଢ଼େ ୬ରୁ ହେବ ପାଠ ପଢା

ଭୁବନେଶ୍ବର:ସକାଳୁଆ ସ୍କୁଲ୍‌ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ସକାଳ ୬ଟା ୩୦ରୁ ଆରମ୍ଭ ହେବ ସ୍କୁଲ ଏବଂ ୧୦ଟା ୩୦ରେ ସରିବ। କାଲିଠାରୁ ସକାଳୁଆ ସ୍କୁଲ୍‌ ନେଇ ଜାରି ହେଲା ସୂଚନା ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁହେବ। ରାଜ୍ୟରେ ଦିନକୁ ଦିନ ତାପମାତ୍ର ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି। ମାର୍ଚ୍ଚ ମାସରୁ ତାପମାତ୍ରା ୪୦ ଡିଗ୍ରି ପାର କରିଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ […]

Samaya Live Picture
Published On

ଭୁବନେଶ୍ବର:ସକାଳୁଆ ସ୍କୁଲ୍‌ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ସକାଳ ୬ଟା ୩୦ରୁ ଆରମ୍ଭ ହେବ ସ୍କୁଲ ଏବଂ ୧୦ଟା ୩୦ରେ ସରିବ। କାଲିଠାରୁ ସକାଳୁଆ ସ୍କୁଲ୍‌ ନେଇ ଜାରି ହେଲା ସୂଚନା

ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁହେବ। ରାଜ୍ୟରେ ଦିନକୁ ଦିନ ତାପମାତ୍ର ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି। ମାର୍ଚ୍ଚ ମାସରୁ ତାପମାତ୍ରା ୪୦ ଡିଗ୍ରି ପାର କରିଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ ନିଷ୍ପତ୍ତି ନେଇ ପାରନ୍ତି ବୋଲି କୁହାଯାଉଥିଲା। ପୂର୍ବରୁ ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହୋଇଛି। ବର୍ଦ୍ଧିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ପାଠପଢ଼ାରେ ସମୟ ପରିବର୍ତ୍ତନ କରାଯାଇଛି। ସକାଳ ୬ଟା ୩୦ରୁ ଆରମ୍ଭ ହେବ ସ୍କୁଲ ଏବଂ ୧୦ଟା ୩୦ ପର୍ଯ୍ୟନ୍ତ ହେବ ପାଠ ପଢା।

Tags: