ଡେଙ୍ଗୁରେ ଆକ୍ରାନ୍ତ ୩ ହଜାରରୁ ଉର୍ଦ୍ଧ୍ୱ ଲୋକ
ଭୁବନେଶ୍ୱର : ରାଜ୍ୟରେ ଡେଙ୍ଗୁର ପ୍ରକୋପ। ଏଥିପାଇଁ ସବୁପ୍ରକାର କ୍ଷେତ୍ର ପ୍ରସ୍ତୁତ ଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । ମୌସୁମୀ ବର୍ଷା ଆରମ୍ଭ ହେବା ପରେ ରାଜଧାନୀରେ ଡେଙ୍ଗୁ ବ୍ୟାପିବା ଆରମ୍ଭ କରିଥିଲା । ଡେଙ୍ଗୁ ରୋଗ ସୃଷ୍ଟିକାରୀ ଏଡିସ୍ ମଶା ଏକ ସହରୀ ମଶା ହୋଇଥିଲେ ହେଁ ରାଜ୍ୟର ଗ୍ରାମାଞ୍ଚଳରେ ମଧ୍ୟ ଏହାର ପ୍ରକୋପ ଦେଖିବାକୁ ମିଳିଲାଣି । ସୂଚନାନୁସାରେ,ବର୍ତ୍ତମାନ ସୁଦ୍ଧା କେବଳ ବୌଦ୍ଧ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କୁ […]
ଭୁବନେଶ୍ୱର : ରାଜ୍ୟରେ ଡେଙ୍ଗୁର ପ୍ରକୋପ। ଏଥିପାଇଁ ସବୁପ୍ରକାର କ୍ଷେତ୍ର ପ୍ରସ୍ତୁତ ଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । ମୌସୁମୀ ବର୍ଷା ଆରମ୍ଭ ହେବା ପରେ ରାଜଧାନୀରେ ଡେଙ୍ଗୁ ବ୍ୟାପିବା ଆରମ୍ଭ କରିଥିଲା । ଡେଙ୍ଗୁ ରୋଗ ସୃଷ୍ଟିକାରୀ ଏଡିସ୍ ମଶା ଏକ ସହରୀ ମଶା ହୋଇଥିଲେ ହେଁ ରାଜ୍ୟର ଗ୍ରାମାଞ୍ଚଳରେ ମଧ୍ୟ ଏହାର ପ୍ରକୋପ ଦେଖିବାକୁ ମିଳିଲାଣି ।
ସୂଚନାନୁସାରେ,ବର୍ତ୍ତମାନ ସୁଦ୍ଧା କେବଳ ବୌଦ୍ଧ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଗଲାଣି । ଗତକାଲିସୁଦ୍ଧା ରାଜ୍ୟରେ ସମୁଦାୟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩୦୯୬କୁ ବୃଦ୍ଧି ପାଇଛି । ଗତବର୍ଷ ଏହି ସମୟରେ ରାଜ୍ୟରେ ୧୯୭୮ଜଣଙ୍କୁ ଚିହ୍ନଟ କରାଯାଇଥିଲା । ଆହୁରି ୧ମାସ ଡେଙ୍ଗୁର ପ୍ରକୋପ ରହିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତବର୍ଷ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୧୪୦୯ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସ୍ଥିତି ଏତେ ଗମ୍ଭୀର ଯେ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଶଯ୍ୟା ମିଳୁନି । ପୁରୀରେ ୩୨୪, କଟକ ୨୭୮,ବାଲେଶ୍ୱର ୨୭୭, ଜଗତସିଂହପୁର ୧୭୩ ଓ ନୟାଗଡ଼ରୁ ୧୧୬ଜଣ ଆକ୍ରାନ୍ତ ବାହାରିଛନ୍ତି ।




