ଟ୍ରାକଟର ଓଲଟି ୧୦ରୁ ଉର୍ଦ୍ଧ ଶ୍ରମିକ ଗୁରୁତର

ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର l ୧୦ଜଣରୁ ଉର୍ଦ୍ଧ ଶ୍ରମିକ ଗୁରୁତର l ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ସୂଚନାନୁସାରେ, ଘଟଣାଟି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବନ୍ଦାଳ ଛକ ବାଇପାସ ନିକଟରେ ଗତକାଲି ସନ୍ଧ୍ୟାରେ ଘଟିଛି l ଢେଙ୍କାନାଳ ଜିଲ୍ଲାର ୩୦ରୁ ଉର୍ଦ୍ଧ ଶ୍ରମିକ ବନ୍ଦାଳ ଠାରେ ଚାଷ ଜମିରେ କାମ ସାରି ଏକ ଟ୍ରାକ୍ଟର ଯୋଗେ ଛତିଆକୁ ଫେରୁଥିଲେ l ଏହି ସମୟରେ ବନ୍ଦାଳ ବାଇପାସ […]

Samaya Live Picture
Published On

ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର l ୧୦ଜଣରୁ ଉର୍ଦ୍ଧ ଶ୍ରମିକ ଗୁରୁତର l ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l
ସୂଚନାନୁସାରେ, ଘଟଣାଟି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବନ୍ଦାଳ ଛକ ବାଇପାସ ନିକଟରେ ଗତକାଲି ସନ୍ଧ୍ୟାରେ ଘଟିଛି l ଢେଙ୍କାନାଳ ଜିଲ୍ଲାର ୩୦ରୁ ଉର୍ଦ୍ଧ ଶ୍ରମିକ ବନ୍ଦାଳ ଠାରେ ଚାଷ ଜମିରେ କାମ ସାରି ଏକ ଟ୍ରାକ୍ଟର ଯୋଗେ ଛତିଆକୁ ଫେରୁଥିଲେ l ଏହି ସମୟରେ ବନ୍ଦାଳ ବାଇପାସ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା l ଫଳରେ ୧୦ଜଣରୁ ଉର୍ଦ୍ଧ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଆହତ ମାନଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇ ଥିବା ବେଳେ ଅଧିକ ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଶ୍ରମିକ ମାନେ ଟ୍ରାକ୍ଟର ଡାଲାରେ ଯାଉଥିବା ସମୟରେ ଏହିଭଳି ଅଘଟଣ ଘଟିଥିବା ବେଳେ ବଡ଼ଚଣା ପୋଲିସ ପହଂଚି ଘଟଣାର ଅଧିକ ତଦନ୍ତ ଚଳାଇଛି l

Tags: