ଏଣିକି ଆଗୁଆ ମିଳିବ ପ୍ରାକୃତିକ ବିପର୍ଯ୍ୟୟ ସୂଚନା
ଭୁବନେଶ୍ୱର : ଓଡ଼ିଶାର ପାଣିପାଗ ପୂର୍ବାନୁମାନ ହେବ ଅଧିକ ସୁଦୃଢ I ବନ୍ୟା,ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ସତର୍କ ରହିବ ରାଜ୍ୟ I ଏନେଇ ମିଳିବ ଆଗୁଆ ସୂଚନା I କଟକ-ଭୁବନେଶ୍ୱର ପାଇଁ ଲାଗିବ ଅତ୍ୟାଧୁନିକ ସୂଚନା ପ୍ରଦାନ ରାଡ଼ାର I ୨୦୨୫ ସୁଦ୍ଧା କାର୍ଯ୍ୟକାରୀ ହେବ ଆଡ଼ଭାନ୍ସଡ଼ ଫ୍ଲଡ଼ ୱାର୍ଣ୍ଣିଙ୍ଗ ସିଷ୍ଟମ I ଏନେଇ ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ନିକଟରେ ସମ୍ବଲପୁରରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି […]
ଭୁବନେଶ୍ୱର : ଓଡ଼ିଶାର ପାଣିପାଗ ପୂର୍ବାନୁମାନ ହେବ ଅଧିକ ସୁଦୃଢ I ବନ୍ୟା,ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ସତର୍କ ରହିବ ରାଜ୍ୟ I ଏନେଇ ମିଳିବ ଆଗୁଆ ସୂଚନା I କଟକ-ଭୁବନେଶ୍ୱର ପାଇଁ ଲାଗିବ ଅତ୍ୟାଧୁନିକ ସୂଚନା ପ୍ରଦାନ ରାଡ଼ାର I ୨୦୨୫ ସୁଦ୍ଧା କାର୍ଯ୍ୟକାରୀ ହେବ ଆଡ଼ଭାନ୍ସଡ଼ ଫ୍ଲଡ଼ ୱାର୍ଣ୍ଣିଙ୍ଗ ସିଷ୍ଟମ I ଏନେଇ ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।
ନିକଟରେ ସମ୍ବଲପୁରରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ଡଫ୍ଲର ରାଡ଼ାର I ସେହିପରି ଚଳିତ ବର୍ଷ ଶେଷ ସୁଦ୍ଧା ବାଲେଶ୍ବରରେ ଗୋଟିଏ ଡଫ୍ଲର ରାଡ଼ାର କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି। ସେହିପରି ଭୁବନେଶ୍ବର ଓ କଟକରେ ମଧ୍ୟ ଗୋଟିଏ ଲେଖାଏଁ ରାଡାର ଲଗାଯିବ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି I ଏହା ଦ୍ୱାରା ପ୍ରାକୃତିକ ଦୁର୍ବିପାକ ଆସିବା ପୂର୍ବରୁ ପ୍ରତି ମୁହୂର୍ତ୍ତରେ ସଠିକ୍ ତଥ୍ୟ ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବ ।
ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା, କାଳବୈଶାଖୀ,ବଜ୍ରପାତ ସମ୍ପର୍କରେ ୩ ଘଣ୍ଟା ପୂର୍ବରୁ ସୂଚନା ମିଳିଯିବ। ଏହା ସାଧାରଣ ଲୋକଙ୍କ ସହ ଚାଷୀ ଏବଂ ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀମାନଙ୍କ ପାଇଁ ଫଳପ୍ରଦ ହେବ। ଏହା ଦ୍ବାରା ଅନେକ ଧନଜୀବନ କ୍ଷୟ କ୍ଷତିରୁ ସାଧାରଣ ଜନତାଙ୍କୁ ବଞ୍ଚାଇପାରିବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।




