୧୦ ରେ ଓଡିଶା ଛୁଇଁବ ମୌସୁମୀ
ଭୁବନେଶ୍ୱର : ଏଥର ସଅଳ ଆସିବ ମୌସୁମୀ I ଚଳିତଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ପୂର୍ବରୁ ଆଣ୍ଡମାନ ଏବଂ କେରଳ ଛୁଇଁଥିବା ବେଳେ ଆଗାମୀ ୧୦ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ। ୨-୩ ତିନି ଭିତରେ ଦକ୍ଷିଣ ଓଡ଼ିଶା ଛୁଇଁବା ପରେ ଏହା ରାଜ୍ୟର ଅନ୍ୟ ଅଞ୍ଚଳକୁ ସ୍ପର୍ଶ ବିସ୍ତାରିତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ଏଥର ଶୀଘ୍ର ଆସିବ ମୌସୁମୀ। ଓଡିଶାରେ ମୌସୁମୀ ଛୁଇଁବା ପାଇଁ ପାଗ ଅନୁକୂଳ […]
ଭୁବନେଶ୍ୱର : ଏଥର ସଅଳ ଆସିବ ମୌସୁମୀ I ଚଳିତଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ପୂର୍ବରୁ ଆଣ୍ଡମାନ ଏବଂ କେରଳ ଛୁଇଁଥିବା ବେଳେ ଆଗାମୀ ୧୦ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ। ୨-୩ ତିନି ଭିତରେ ଦକ୍ଷିଣ ଓଡ଼ିଶା ଛୁଇଁବା ପରେ ଏହା ରାଜ୍ୟର ଅନ୍ୟ ଅଞ୍ଚଳକୁ ସ୍ପର୍ଶ ବିସ୍ତାରିତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ଏଥର ଶୀଘ୍ର ଆସିବ ମୌସୁମୀ। ଓଡିଶାରେ ମୌସୁମୀ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି। ମୌସୁମୀକୁ ବାଟ କଡ଼େଇଆଣିବାରେ କାଳବୈଶାଖୀ ସହାୟକ ହେବ।
ଅନ୍ୟପଟେ କାଳବୈଶାଖୀ ଯୋଗୁଁ ଆସନ୍ତା ୩ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛିକିଛି ସ୍ଥାାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶନିବାରଠାରୁ ସାଧାରଣ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ୮ ତାରିଖଠାରୁ ଦିନ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ବରଗଡ, ବଲାଙ୍ଗୀର ଓ ନୂଆପଡାରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଏହି ସମୟରେ ୪୦ ରୁ ୪୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରେକର୍ଡ ହୋଇପାରେ। ବଜ୍ରପାତ ନେଇ ୨୦ ଜିଲାକୁ ୟେଳୋ ଓ୍ବାର୍ନିଂ ଜାରି କରାଯାଇଛି। ଦକ୍ଷିଣ ଓଡିଶାର ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଆଦି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ସୂଚନା ଥାଉକି, ରାଜ୍ୟରେ ଗତକିଛିଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିଛି I ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ହୋଇଥିବାବେଳେ ଦ୍ୱୈତ ନଗରୀ କଟକ ଭୁବନେଶ୍ୱରରେ ମଧ୍ୟ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଠ କରିଛି। ବର୍ତ୍ତମାନ ସୁଦ୍ଧା ୧୨ରୁ ଅଧିକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି।




