୩-୪ ଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର : କେରଳ ଛୁଇଁ ସାରିଛି ଦକ୍ଷୀଣ ପଶ୍ଚିମ ମୌସୁମୀ ବାୟୁ I ଆଗାମୀ ୩ ରୁ ୪ଦିନ ଭିତରେ ଏହା ଓଡିଶା ଛୁଇଁବ । ମୌସୁମୀ ବାୟୁ ପ୍ରଥମେ ଦକ୍ଷିଣ ଓଡିଶାକୁ ସ୍ପର୍ଶ କରିବ। ଦକ୍ଷିଣ ଓଡିଶା ପରେ ରାଜ୍ୟର ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ । ଓଡିଶାରେ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ମୌସୁମୀ ଓଡିଶା ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ କରିଛି । ଯେଉଁଭଳି ଭାବରେ ରାଜ୍ୟରେ […]

Samaya Live Picture
Published On

ଭୁବନେଶ୍ୱର : କେରଳ ଛୁଇଁ ସାରିଛି ଦକ୍ଷୀଣ ପଶ୍ଚିମ ମୌସୁମୀ ବାୟୁ I ଆଗାମୀ ୩ ରୁ ୪ଦିନ ଭିତରେ ଏହା ଓଡିଶା ଛୁଇଁବ । ମୌସୁମୀ ବାୟୁ ପ୍ରଥମେ ଦକ୍ଷିଣ ଓଡିଶାକୁ ସ୍ପର୍ଶ କରିବ। ଦକ୍ଷିଣ ଓଡିଶା ପରେ ରାଜ୍ୟର ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ । ଓଡିଶାରେ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ମୌସୁମୀ ଓଡିଶା ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ କରିଛି ।

ଯେଉଁଭଳି ଭାବରେ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି, ମୌସୁମୀ ବାୟୁ ପ୍ରବେଶ ପରେ ରାଜ୍ୟରେ ଆଶ୍ୱସ୍ତି ମିଳିବ।ସାଧାରଣତଃ ମୌସୁମୀ ବାୟୁ କେରଳ ଛୁଇଁବାର ୧୦ ଦିନ ପରେ ଓଡ଼ିଶା ଛୁଇଁଥାଏ। ଗତବର୍ଷ ଜୁନ ୨୨ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିବା ବେଳେ ଚଳିତବର୍ଷ ଆଇଏମ୍‌ଡି ର ଆକଳନ ଅନୁସାରେ ନିର୍ଦ୍ଧାରିତ ସମୟ ଅନୁସାରେ ଓଡ଼ିଶାରେ ‌ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି।

ଅନ୍ୟପଟେ ପ୍ରାକ୍ ମୌସୁମୀ ବର୍ଷା ପ୍ରଭାବରେ ଆସନ୍ତା ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।ଆସନ୍ତା ୬ ତାରିଖରେ ଦକ୍ଷିଣ ଓଡ଼ିଶା ତଥା ଉତ୍ତର ଓଡ଼ିଶାର କେତେକ ଜିଲ୍ଲା ଯାଜପୁର,ବାଲେଶ୍ଵର,ଭଦ୍ରକ, କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର,ପୁରୀ,ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କଳାହାଣ୍ଡି, ବଲାଙ୍ଗୀର, ମାଲକାନାଗିରି, ସୋନପୁର, ବୌଦ୍ଧ,ନୂଆପଡ଼ା, ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ବରଗଡ଼ ରେ କାଳବୈଶାଖୀ ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Tags: