ଏଥର ଶୀଘ୍ର ଆସିବ ମୌସୁମୀ

ଭୁବନେଶ୍ୱର : ଚଳିତ ବର୍ଷ ଓଡିଶାକୁ ଶୀଘ୍ର ଆସିବ ମୌସୁମୀ I ୧୯ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପପୁଞ୍ଜ ଅଂଚଳରେ ମୌସୂୁମୀ ବାୟୁ ଛୁଇଁବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ସ୍ୱାଭାବିକ ଭାବେ ମେ ୨୨ରେ ମୌସୁମୀ ଆଣ୍ଡାମାନ ଛୁଇଁଥାଏ । କିନ୍ତୁ ଚଳିତଥର ଦୁଇ ଦିନ ଆଗରୁ ମୌସୁମୀ ବାୟୁ ପ୍ରବେଶ ନେଇ ପାଗ ଅନୁକୂଳ ରହିଛି । ବର୍ତ୍ତମାନ ଆଣ୍ଡାମାନକୁ ପୂର୍ବ […]

Samaya Live Picture
Published On

ଭୁବନେଶ୍ୱର : ଚଳିତ ବର୍ଷ ଓଡିଶାକୁ ଶୀଘ୍ର ଆସିବ ମୌସୁମୀ I ୧୯ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପପୁଞ୍ଜ ଅଂଚଳରେ ମୌସୂୁମୀ ବାୟୁ ଛୁଇଁବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ସ୍ୱାଭାବିକ ଭାବେ ମେ ୨୨ରେ ମୌସୁମୀ ଆଣ୍ଡାମାନ ଛୁଇଁଥାଏ । କିନ୍ତୁ ଚଳିତଥର ଦୁଇ ଦିନ ଆଗରୁ ମୌସୁମୀ ବାୟୁ ପ୍ରବେଶ ନେଇ ପାଗ ଅନୁକୂଳ ରହିଛି । ବର୍ତ୍ତମାନ ଆଣ୍ଡାମାନକୁ ପୂର୍ବ ଦିଗରୁ ବାୟୁ ପ୍ରବାହ ଦୁର୍ବଳ ହେଉଥିବା ବେଳେ ପଶ୍ଚିମା ବାୟୁ ପ୍ରବାହ ବଢୁଛି । ଯାହା, ମୌସୁମୀ ଆଗମନକୁ ସହାୟକ ହେବ ବୋଲି କହିଛି ପାଣିପାଗ ବିଭାଗ ।

ଆଣ୍ଡାମାନ ପରେ ଜୁନ୍ ପହିଲାରେ କେରଳ ଛୁଇଁବା ପରେ ଜୁନ ୧୦ ସୁଦ୍ଧା ଓଡ଼ିଶା ପହଂଚିଥାଏ ମୌସୁମୀ ବାୟୁ । ଏଥର ଠିକ୍ ସମୟରେ ମୌସୁମୀ ଆସିବା ନେଇ ସଂଭାବନା ରହିଛି । ମେ ମାସ ଶେଷ ଆଡକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେଉଛି । ମେ’ ୧୭ରୁ ୨୩ ତାରିଖ ମଧ୍ୟରେ ଏହା ଗଭୀର ଅବପାତ ହେବାର ସଂଭାବନା ରହିଛି । ସେପଟେ ପାଣିପାଗ ବିଶେଜ୍ଞଙ୍କ କହିବା କଥା ୨୧ ତାରିଖରେ ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ । ପରେ ଲଘୁଚାପ ଓ ଗଭୀର ଅବପାତରେ ପରିଣତ ହେବ । ଏ ପର୍ଯ୍ୟନ୍ତ ଏହାର ଅବସ୍ଥିତି ଓ ରୂପରେଖ ଆକଳନ କରାଯାଇପାରିନାହିଁ । ଗତିପଥ ସ୍ପଷ୍ଟ ହେବା ପରେ ଏହାର ପ୍ରଭାବ କେଉଁଠି ରହିବ ତାହା କୁହାଯାଇପାରିବ ।

ଅନ୍ୟପଟେ କାଳବୈଶାଖୀର ପ୍ରଭାବରେ ରାଜ୍ୟରେ କିଛିଦିନ ଧରି ତାତିରେ ବ୍ରେକ ଲାଗିଥିଲାବେଳେ ବର୍ତ୍ତମାନ ଯଲିଛି ପାଚିମ ଓଡିଶା I ତେବେ ଆଗକୁ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜାରି ରହିବ । ଏହାପରେ ପୁଣି ରାଜ୍ୟକୁ ଫେରିବ ତାତି I ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୪ ରୁ ୫ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ I ଏପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ I

Tags: