ବିଳମ୍ବ ହେବ ମୌସୁମୀ
ଭୁବନେଶ୍ୱର : ଚଳିତ ବର୍ଷ ବିଳମ୍ବ ହେବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏଥର ବିଳମ୍ବରେ କେରଳ ଛୁଇଁବ । କେରଳରେ ମୌସୁମୀ ବିଳମ୍ବରେ ପହଞ୍ଚିଲେ ଓଡ଼ିଶାରେ ମଧ୍ୟ ପହଞ୍ଚିବା ବିଳମ୍ବ ହେବ । ସମ୍ଭାବ୍ୟ ଲଘୁଚାପ ଯୋଗୁ କେରଳ ଉପକୂଳ ଆଡ଼କୁ ଅଗ୍ରସର ହେଉଥିବା ମୌସୁମୀ ବାୟୁ ପ୍ରଭାବିତ ହେଉଛି। ଏଥିପାଇଁ କେରଳରେ ମୌସୁମୀ ପହଞ୍ଚିବାକୁ ଆହୁରି ସମୟ ଲାଗିପାରେ। ଓଡ଼ିଶାରେ ବହୁ ବିଳମ୍ବରେ ମୌସୁମୀ ପହଞ୍ଚିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ଏଯାଏ […]
ଭୁବନେଶ୍ୱର : ଚଳିତ ବର୍ଷ ବିଳମ୍ବ ହେବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏଥର ବିଳମ୍ବରେ କେରଳ ଛୁଇଁବ । କେରଳରେ ମୌସୁମୀ ବିଳମ୍ବରେ ପହଞ୍ଚିଲେ ଓଡ଼ିଶାରେ ମଧ୍ୟ ପହଞ୍ଚିବା ବିଳମ୍ବ ହେବ । ସମ୍ଭାବ୍ୟ ଲଘୁଚାପ ଯୋଗୁ କେରଳ ଉପକୂଳ ଆଡ଼କୁ ଅଗ୍ରସର ହେଉଥିବା ମୌସୁମୀ ବାୟୁ ପ୍ରଭାବିତ ହେଉଛି। ଏଥିପାଇଁ କେରଳରେ ମୌସୁମୀ ପହଞ୍ଚିବାକୁ ଆହୁରି ସମୟ ଲାଗିପାରେ। ଓଡ଼ିଶାରେ ବହୁ ବିଳମ୍ବରେ ମୌସୁମୀ ପହଞ୍ଚିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ଏଯାଏ କେରଳରେ ମୌସୁମୀ ବାୟୁ ପହଞ୍ଚିନଥିବାବେଳେ ଓଡ଼ିଶାରେ ୧୫ ତାରିଖ ପରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ।
ଜୁନ ୧୧ରୁ ମୌସୁମୀ ଆସିବା କଥା । ହେଲେ ଆରବ ସାଗରରେ ଘୁର୍ଣ୍ଣିବିଳୟର ଗତିବିଧି ଉପରେ ମୌସୁମୀ ଆଗମନ ନିର୍ଭର କରେ । ଦକ୍ଷିଣ ପୂର୍ବ ଆରବ ସାଗରରେ ପଶ୍ଚିମାବାୟୁ ସକ୍ରିୟ ରହିଛି । କିନ୍ତୁ ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭବାନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଏହି ଲଘୁଚାପ ଉତ୍ତର ଦିଗକୁ ଗତି କରିବ। ପରେ ଏହା ଅବପାତରେ ପରିଣତ ହୋଇପାରେ। ଏହି ଅବପତା ପ୍ରଭାବରେ କେରଳ ଉପକୂଳ ଆଡ଼କୁ ଅଗ୍ରସର ହେଉଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁତର ପ୍ରଭାବିତ ହେବ ବୋଲି ଆକଳନ କରିଛି। ମୌସୁମୀ କେରଳ ଉପକୂଳ ଛୁଇଁବାକୁ ଆହୁର ୨ ରୁ ୩ ଦିନ ଲାଗିପାରେ। ଏଣି ଓଡ଼ିଶାରେ ମୌସୁମୀ ପହଞ୍ଚିବା ବେଳକୁ ୧୮ରୁ ୧୯ ତାରିଖ ହୋଇଯିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।




