ଆଜିଠାରୁ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବ ମୌସୁମୀ

ଭୁବନେଶ୍ୱର : ଫେରିଯିବ ମୌସୁମୀ । ଶୀତ ଆଗମନ ହେତୁ ଏଣିକି ପାଗ ରହିବ ଶୁଖିଲା । ରାଜ୍ୟର କିଛି କିଛି ସ୍ଥାନରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଥିବା କହିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ପ୍ରାଥମିକ ଅବସ୍ଥାରେ ଉତ୍ତର ଓଡିଶା କେନ୍ଦୁଝର ଜିଲ୍ଲାରୁ ପ୍ରତ୍ୟାବର୍ତ୍ତନ କରୁଛି ମୌସୁମୀ । ତେବେ ରାଜ୍ୟରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ […]

ଆଜିଠାରୁ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବ ମୌସୁମୀ
Samaya Live Picture
Published On

ଭୁବନେଶ୍ୱର : ଫେରିଯିବ ମୌସୁମୀ । ଶୀତ ଆଗମନ ହେତୁ ଏଣିକି ପାଗ ରହିବ ଶୁଖିଲା । ରାଜ୍ୟର କିଛି କିଛି ସ୍ଥାନରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଥିବା କହିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ପ୍ରାଥମିକ ଅବସ୍ଥାରେ ଉତ୍ତର ଓଡିଶା କେନ୍ଦୁଝର ଜିଲ୍ଲାରୁ ପ୍ରତ୍ୟାବର୍ତ୍ତନ କରୁଛି ମୌସୁମୀ । ତେବେ ରାଜ୍ୟରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।

ସୋମବାର ଦକ୍ଷିଣ ଓଡ଼ିଶା ଓ ଉପକୂଳର ୯ ଜିଲ୍ଲାରେ ହାଲୁକାରୁ ମଧ୍ଯମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ ଓ ମାଲକାନଗିରିରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ,କନ୍ଧମାଳ, ନୟାଗଡ଼ ଖୋର୍ଦ୍ଧା, ପୁରୀ ଓ ରାୟଗଡ଼ା, କୋରାପୁଟରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ମଙ୍ଗଳବାର ମଧ୍ୟ କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଆସନ୍ତା ଏକ ସପ୍ତାହ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେଇଛି ପାଣି ବିଭାଗ I ୧୫ ଅକ୍ଟାବର ସୁଦ୍ଧା ସମ୍ପୂର୍ଣ୍ଣ ଓଡିଶାରୁ ଫେରିଯିବ ମୌସୁମୀ ।

Tags: